ଯାଜପୁର, ୧୪/୧୦ (ସନ୍ଧାନ ନିଉଜ) ଓଳାଶୁଣୀ ପାହାଡ଼ ନିକଟରେ ଅକ୍ଟୋବର 3 ତାରିଖ ରେ ଯୁବକ ଙ୍କୁ ଗୁଳି ମାଡ଼ ଘଟଣା ରେ ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା 4 ଗିରଫ କରିଛି। ଆଜି ଏନେଇ ଏକ ପ୍ରେସ ମିଟ ରେ ପୋଲିସ ପକ୍ଷରୁ ସମସ୍ତ ସୂଚନା ଦିଆଯାଇଛି। ଓଳାଶୁଣୀ ପାହାଡ଼ ନିକଟରେ ବନ୍ଦରେଶ୍ବର ଅଂଚଳ ର ସିଦ୍ଧାନ୍ତ ସାମଲ ଓରଫ୍ ବୁବୁନ୍ ଙ୍କୁ କାର୍ ରେ କିଛି ଯୁବକ ଆସି ଗୁଳି କରି ଫେରାର ହୋଇ ଯାଇଥିଲେ. ଗୁରୁତର ଅବସ୍ଥା ରେ ସିଦ୍ଧାନ୍ତ ଙ୍କୁ କଟକ ମେଡିକାଲ ରେ ଭର୍ତି କରାଯାଇ ଥିଲା. ଏହି ଘଟଣା ରେ ବାଲିଚନ୍ଦ୍ରପୁର ପୋଲିସ 4 ଜଣକୁ ଗିରଫ କରିଛି. ସେମାନଙ୍କ ନିକଟରୁ ବନ୍ଧୁକ ଓ ବାଇକ ଜବତ ହୋଇଛି।ରାସ୍ତା ରେ ମାଛ ସୁଖା ଯାଇଥିବା କୁ କେନ୍ଦ୍ର କରି କାର ରେ ଆସିଥିବା ଯୁବକ ଓ ସିଦ୍ଧାନ୍ତ ଙ୍କ ସହ କଥା କଟାକଟି ହୋଇ ଥିଲା. ଯେଉଁଥି ପାଇଁ କାର ରେ ଆସିଥିବା ଯୁବକ ମାନେ ସିଦ୍ଧାନ୍ତ ଙ୍କୁ ଗୁଳି କରିଥିଲେ.। ଦୁର୍ବୁତ୍ତ ହେଲେ ମାନସ ରଞ୍ଜନ ବେହେରା, ଚିତ୍ତ ରଞ୍ଜନ ମଲିକ, ଜିତେନ୍ଦ୍ର ଜେନା, ବେଣୁଧର ମଲିକ. ଏ ମାନେ ସମସ୍ତେ କେନ୍ଦ୍ରାପଡ଼ା ର ଅଞ୍ଚଳର ହୋଇଥିବାବେଳେ ବେଣୁଧର ମଲ୍ଲିକ୍ ଓରଫ୍ ବଣୁଆଁ କଟକ ଜିଲ୍ଲା ର ଲଳିତଗିରି ପଞ୍ଚାୟତର ହରିଭକ୍ତ ପୁରର ବୋଲି ପୋଲିସ କହିଛି। ସେମାନଙ୍କ ନିକଟରୁ ପିସ୍ତଲ ସହ ବାଇକ ଜବତ ହୋଇଥିବା ବେଳେ. ଘଟଣା ର ଅଧିକ ତଦନ୍ତ ଚାଲୁ ରହିଥିବା ଯାଜପୁର sdpo ଚିନ୍ମୟ ନାୟକ କହିଛନ୍ତି।
ଓଳାଶୁଣୀ ପାହାଡ଼ରେ ଯୁବକକୁ ଗୁଳି ମାଡ଼ ଘଟଣା: ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ୪ ଗିରଫ
|
October 15, 2021 |


