ଯାଜପୁର, :୬/୭/୨୬ (ସନ୍ଧାନ ନ୍ୟୁଜ ) ଓମ୍ ସାହା ଡାକ୍ତର ସଂଘ ପକ୍ଷରୁ ୧୧ ଦଫା ଦାବିକୁ ନେଇ ସଂଘ ଆନ୍ଦୋଳନ ଚଳାଇଥିବା ବେଳେ ସ୍ୱାସ୍ଥ୍ୟ ସେବା ଠପ୍ ହୋଇଯାଇଥିଲା । ଯାହାକି ସଂଘ ପକ୍ଷରୁ ୧୧ ଦଫା ଦାବି ରହିଥିବା ବେଳେ ବାରମ୍ଵାର ସରକାରଙ୍କ ଦୃଷ୍ଟି ଗୋଚର କରାଯାଉଥିବା ବେଳେ ସରକାର ଏହାକୁ ଅଣଦେଖା କରିଥିଲେ । ଏନେଇ ଓମ୍ ସାହା ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯିବା ସହିତ ବିଭିନ୍ନ ମେଡିକାଲ ପରିସରରେ ଧାରଣାରେ ବସିଥିଲେ । ଏନେଇ ସରକାରଙ୍କ ମୁଣ୍ଡ ବ୍ୟଥା ହେବା ସହିତ ରୋଗୀମାନେ ସେବାରୁ ବଞ୍ଚିତ ହୋଇ ଥିଲେ । ଏ ନେଇ ଡାକ୍ତର ସଂଘ ଓମ୍ ସାହା ଦାବି ଉପରେ ଅଟଳ ରହିଥିବା ବେଳେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍କ ଓମ୍ ସାହାର ସଭାପତିଙ୍କ ସହିତ ଆଲୋଚନା କରି ଧାରଣା ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ । ଅନୁରୋଧକୁ ରକ୍ଷାକରି ସଭାପତି ଶ୍ରୀଯୁକ୍ତ ମିଶ୍ର ଧାରଣା ପ୍ରତ୍ୟାହାର କରିଥିଲେ । ଓମ୍ ସାହାର ସମସ୍ତ ଡାକ୍ତର କାର୍ଯ୍ୟରେ ଯୋଗଦେଇଥିବା ବେଳେ ରୋଗୀମାନଙ୍କ ସେବା କରାଯାଇଥିଲା । ଏନେଇ ଅର୍ଥ ସଚିବଙ୍କ ସହିତ ଆଲୋଚନା କରାଯିବ ବୋଲି ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ ।
ଓମ୍ ସାହା ଡାକ୍ତର ସଂଘ ପକ୍ଷରୁ ଦାବି ପ୍ରତ୍ୟାହାର କରାଗଲା
|
July 6, 2026 |



