ଓଡିଶାର ଖୁଚୁରା ବ୍ୟବସାୟ ଉପରେ ଲକ୍ ଡାଉନ ମାଡ 

Spread the love
ଭୁବନେଶ୍ୱର,  ୦୧/୦୪ (ସନ୍ଧାନ ନିୟୁଜ) ଲକଡାଉନର ସାତ ଦିନ ପରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ଉପରେ ବଡ ପ୍ରଭାବ ପଡିଛି । ତାଲା ବନ୍ଦ ପୂର୍ବରୁ ଓଡିଶାରେ ଖୁଚୁରା ବଜାରରେ ଦୈନିକ ପ୍ରାୟ ୪ଶହ କୋଟୁ ଟଙ୍କାର କାରବାର ହେଉଥିଲା । ଏବେ ଏହାକ ମାତ୍ର ୨୦ ରୁ ୨୫ କୋଟି ଟଙ୍କାକୁ ଖସି ଆସିଛି । ବ୍ୟବସାୟୀ ସଂଘ ଏଥିରେ ଚିନ୍ତା ପ୍ରକଟ କରି କହିଛି, ବର୍ତମାନ ଅବସ୍ଥାରେ ବ୍ୟବସାୟୀ ମାନେ ଘୋର କ୍ଷତି ସହୁଛନ୍ତି । ସେପଟେ ଲକଡାଉନ କାରଣରୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ମଧ୍ୟ ବଡ ଧରଣର ପ୍ରଭାବ ପଡିଛି । ତାଲା ବନ୍ଦ ପରେ ପେଟ୍ରୋଲ ଓ ଡିଜେଲ ବିକ୍ରି ପ୍ରାୟ ୮୫ ପ୍ରତିଶତ ହ୍ରାସ ପାଇଛି । ଆଉ ୧୪ ଦିନ ବାକି ରହିଥିବାରୁ ପେଟ୍ରୋଲ ବିକ୍ରି ଆହୁରି କମିବାର ଆଶଙ୍କା କରାଯାଉଛି ।

Related Posts

About The Author

Add Comment