ଯାଜପୁର,୨୪/୧ ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ଅଧୀନରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବ୍ୟାପକ ଶୋଷଣ କରାଯାଉଛି । ସେମାନେ ନିଷ୍ଠାର ସହ କାର୍ଯ୍ୟ କରି ଚଣ୍ଡୀଖୋଲରୁ ବ୍ରାହ୍ମଣୀବ୍ରିଜ ପର୍ଯ୍ୟନ୍ତ ବୃକ୍ଷ ଗୁଡିକୁ ବଂଚାଇ ରଖିଛନ୍ତି । ସେମାନଙ୍କ ନିଜର କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ଏବଂ ନିଷ୍ଠା ମଧ୍ୟ ଦୃଷ୍ଟାନ୍ତଯୋଗ୍ୟ । ଏହି କାର୍ଯ୍ୟରେ ଗାତ ଖୋଳିବା ଠାରୁ ଏହାକୁ ଜଗି ରଖବା, ବାଡ ବୁଜିବା ଏବଂ ପାଣି ଦେବା ପର୍ଯ୍ୟନ୍ତ କାର୍ଯ୍ୟ ୬ ଜଣ ଶ୍ରମିକ କରିଛନ୍ତି । ଆଜି ସୁଦ୍ଧା ଗଛ ଗୁଡିକ ବଡ ହେବା ପରେ ବି ଏହି ଗଛକୁ ଜଗି ରହିଛନ୍ତି ଏହି ୬ ଜଣ ଶ୍ରମିକ । ହେଲେ ଏମାନଙ୍କ ନିଷ୍ଠାର ମୂଲ୍ୟ ତଥା ପାରିଶ୍ରମିକ ଏମାନେ ପାଇ ପାରୁ ନାହାନ୍ତି । ସବୁଠାରୁ ଦଃୁଖର କଥା ଯେ, ପାଣିଟାଙ୍କି ଗାଡି ନଆସିବାରୁ ପାଣି ବିନା କେତେକ ଗଛ ମରିଥିବା ବେଳେ ଏମାନଙ୍କ ସ୍ୱଳ୍ପ ଦରମାରୁ ଏଥିପାଇଁ ଅର୍ଥ କାଟି ନିଆଯାଇ ପୁନଶ୍ଚ ଗଛ ଲଗାଗଲା । ହେଲେ ଏମାନେ ମାତ୍ର ୭ ହଜାର ୮ ଶହ ଟଙ୍କା ମାସିକ ଦରମାରେ ଏତେସବୁ କାର୍ଯ୍ୟ କରୁଛନ୍ତି । ଏହାଛଡା ସେମାନଙ୍କୁ ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ ଅନ୍ୟ କୌଣସି ସୁବିଧା ମିଳୁନାହିଁ । ସେମାନଙ୍କ ଦରମା ବଢାଇବା ପାଇଁ ଏହି ଶ୍ରମିକ କର୍ମଚାରୀମାନେ ଯେତେ ଗୁହାରୀ କଲେ ବି ସେମାନଙ୍କ ଦଃୁଖ କେହି ଶୁଣୁ ନାହାନ୍ତି । ଏମାନଙ୍କ ପ୍ରତି ଅବିଚାର ସଂପୂର୍ଣ୍ଣ ଅମାନବୀୟ ହୋଇଥିବାରୁ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ନିବଦେନ କରିଛନ୍ତି ।




