କୋରାପୁଟ, ୨୮/୦୭/୨୦୨୧ (ସନ୍ଧାନ ନିଉଜ) : ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଆଜି ଅପରାହ୍ନରେ ହାଇଦ୍ରାବାଦର ଇଣ୍ଡୋ-ଆମେରିକୀୟ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ କାର୍ଯ୍ୟାଳୟ ଏକ ପ୍ରେସ ଇସ୍ତାହାରେ ସୂଚନା ଦେଇଛନ୍ତି ।ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତାଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜନ କରାଯାଇଥିଲା ।ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଶୋକସଭାରେ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ ।କୋଭିଡ ସଂକ୍ରମଣ ହେତୁ ଫୁସଫୁସ କର୍କଟ ରୋଗର ଚିକିତ୍ସା ନିମନ୍ତେ ପ୍ରଫେସର ଆଇ.ରାମବ୍ରହ୍ମମ ଜୁଲାଇ ୧୨ ତାରିଖରୁ ଇଣ୍ଡୋ-ଆମେରିକୀୟ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।ଗତ ୨୦୧୯ ମସିହା ଡିସେମ୍ବର ୬ ତାରିଖ ଦିନ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସେ କାର୍ଯ୍ୟରେ ଯୋଗଦେଇଥିଲେ ବୋଲି ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମୃତ୍ୟୁରେ ଶୋକସଭା
|
July 28, 2021 |