ବାରିପଦା,୨୨/୧୨/୨୦୨୦(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): ସଂଜ ନଇଁଲେ ମାଡ଼ି ଆସୁଛି ହାଡ଼ ଭଙ୍ଗା ଜାଡ଼। କାଲୁଆ ପବନରେ ଠକ୍ଠକ୍ ହୋଇ ଥରୁଛି ସାରା ଓଡ଼ିଶା ପଦାକୁ ବାହାରିଲେ ଶୀତ ଗୋଡ଼ାଉଛି। ଘର ଭିତରେ କାନ୍ଥ, ଚଟାଣ ସବୁ କାଲୁଆ ଲାଗୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଶୀତଲହରୀ। ଉପକୂଳରେ ବି ଅଚାନକ ବଢ଼ିଯାଇଛି ଥଣ୍ଡା ପ୍ରକୋପ। ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ଅଛି। ଫୁଲବାଣୀ ଏବେ ଓଡ଼ିଶାର ସବୁଠୁ କାଲୁଆ ଅଞ୍ଚଳ ପାଲଟିଛି। ଫୁଲବାଣୀରେ ରାତି ତାପମାତ୍ରା ଖସି ଆସିଛି ୪ ଡିଗ୍ରୀ ସେଲସିୟସକୁ । ଯାହାକି ସ୍ବାଭାବିକଠାରୁ ୪ ଡିଗ୍ରୀ କମ୍ । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ ପ୍ରକୋପ ଆହୁରି ୨ ଦିନ ଏମିତି ରହିବ । ଗୁରୁବାର ଯାଏଁ ଥଣ୍ଡା କମିବ ନାହିଁ। ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଶୀତ ଲାଗି ରହିବ। ଆସନ୍ତା ୩ ଦିନ ଯାଏଁ ସ୍ଵାଭାବିକଠାରୁ ପାରଦ ୩/୪ ଡିଗ୍ରୀ କମ୍ ରହିବ। ଉପକୂଳ ଓଡ଼ିଶାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମ୍ ରହିବା ସମ୍ଭାବନା ଅଛି। ମଙ୍ଗଳବାର ସକାଳେ, ମୟୁରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭୀଷଣ ଶୀତ ଲହରୀ ଲାଗିରହିବ। ଏହାବାଦ୍ ଏହାବାଦ୍ ଦେବଗଡ଼, ନୂଆପଡ଼ା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କଟକ, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ। ବୁଧବାର ରାତି ଓ ଗୁରୁବାର ସକାଳେ ମୟୂରଭଞ୍ଜ, ଅନୁଗୁଳ ଓ ବରଗଡ଼ରେ ଭୀଷଣ ଶୀତ ଲହରୀ ଥରାଇବ । ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା ଆଦି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ପ୍ରକୋପ ଏମିତି ଥରାଇବ ତା ପରେ ଶୀତ ସାମାନ୍ୟ କମିବ । ହେଲେ ଦିନେ ଦୁଇଦିନ ପରେ ପୁଣି ଥଣ୍ଡା ବଢ଼ିବ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ମଙ୍ଗଳବାର ରାତିଠାରୁ ଶୀତ ପ୍ରକୋପ ସାମାନ୍ୟ କମିବ । ୨୭ରୁ ପୁଣି ଥଣ୍ଡା କମିବା ସମ୍ଭାବନା ଅଛି । ଚଳିତବର୍ଷ ଶେଷବେଳକୁ ଶୀତ ପ୍ରକୋପ ଯଥେଷ୍ଟ କମିପାରେ ।
ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଜାଡ
|
December 22, 2020 |



