ଭୁବନେଶ୍ୱର, ୧୯/୦୮/୨୦ (ସନ୍ଧାନ ନିଉଜ) : ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରରେ ଲେଖିଛନ୍ତି , ମୁଁ କରୋନା ପଜିଟିଭ ହୋଇଛି ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ମୁଁ ବର୍ତ୍ତମାନ ସ୍ଥିର ଅଛି।” ଖବର ଅନୁଯାୟୀ, ଶ୍ରୀମତୀ ମିଶ୍ର ଗତ ୩ଦିନ ହେଲା ଅସୁସ୍ଥ ଥିବାବେଳେ ଗତକାଲି ତାଙ୍କର ସ୍ୱାବ ସଂଗ୍ରହ ହୋଇଥିଲା। ଆଜି କୋଭିଡ୍ ଟେଷ୍ଟ ରିପୋର୍ଟ ଆସିବାପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି।
ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ଆକ୍ରାନ୍ତ
|
August 19, 2020 |



