Homeଜିଲ୍ଲା ପରିକ୍ରମାକେନ୍ଦୁଝରଓକିଲଙ୍କ କୋର୍ଟ ବର୍ଜନ ଓକିଲଙ୍କ କୋର୍ଟ ବର୍ଜନ Biswajit Parida | January 5, 2020 | Spread the love କେନ୍ଦୁଝର, ୫/୧/୨୦୨୦ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟକୁ ଆଜି ଶନିବାର ଦିନ ବର୍ଜ୍ଜନ କରିଛନ୍ତି ଓକିଲମାନେ। ନିର୍ଦ୍ଧାରିତ ସମୟ ଠାରୁ ଅନେକ ଡେରି ପର୍ଯ୍ୟ୍ୟନ୍ତ ଜିଲ୍ଲାପାଳ କୋର୍ଟ କୁ ନ ଆସିବାରୁ କେବଳ ରିପ୍ରେଜେନ୍ଟସେନ ଦେଇ କୋର୍ଟ ଛାଡି ଚାଲିଗଲେ ଓକିଲ। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଶାରେ ଓପିଡିଆର ଆକ୍ଟ ୧୯୬୨ ଅନୁଯାୟୀ ପରିବେଶ ଓ ବେଆଇନ ଖଣି ଖନନ ମାମଲାର ଜରିମାନା ଦାଖଲ କରିନଥିବା ଖଣି ଲିଜଧାରୀଙ୍କର ଶନିବାର ଦିନ କେଶର ଶୁଣାଣି ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଆସୁଥିଲା। ହେଲେ ଆଜି ଶନିବାର ଦିନ ଓକିଲ ଙ୍କର ଜିଲ୍ଲାପାଳଙ୍କ କୋର୍ଟ ଛାଡି ଚାଲିଯିବା ଫଳରେ ଏହି କୋର୍ଟ ରେ ହେବାକୁ ଥିବା ୪ ଟି ଖଣି ଲିଜଧାରୀ ଙ୍କର ଶୁଣାଣିରେ ବାଧା ଉପୁଜିଛି। ଜିଲ୍ଲାପାଳଙ୍କ କୋର୍ଟରେ ୪ ଟି ଖଣି ଲିଜଧାରୀ ଟି.ବି ଲାଲ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ମେସର୍ସ ଫେକର, ଓ ଏସ୍.ଏନ୍.ମହାପାତ୍ର ଙ୍କ ସହିତ ହେବାକୁ ଥିବା ଆହୁରି ଅନେକ ମାମାଲାର ଶୁଣାଣି ମଧ୍ୟ ବାଧା ଉପୁଜିଛି। ଅନେକ ସମୟରେ ଜିଲ୍ଲାପାଳଙ୍କର ଅନୁରୁପ ମନମାନୀ କୁନେଇ ଅନେକ ମହଲରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥାଏ। ଏନେଇ ଜିଲ୍ଲପାଳଙ୍କର ମତାମତ ମିଳିପାରି ନାହିଁ। Related Posts ବଡଚଣାର ବିଭିନ୍ନ ସ୍ଥାନରେ ଆର୍ନ୍ତଜାତୀୟ ଯୋଗଦିବସ ପାଳିତ June 22, 2018 | Santosh Rout | ଅଧିକ ପଢନ୍ତୁ ଗାନ୍ଧୀଙ୍କ ଓଡିଶା ନାଟକରେ ଅଭିଭୁତ ଦର୍ଶକ । March 25, 2021 | Sandhan News | ଅଧିକ ପଢନ୍ତୁ ବାଇକ୍ ଦୃଘଟଣାରେ ଯୁବକଙ୍କର ମୃତୁ୍ୟ ଘଟିଲା February 24, 2020 | Sandhan News | ଅଧିକ ପଢନ୍ତୁ ସିଭିଲ ଲିବରଟି ଫୋରମର ବୈଠକ May 20, 2018 | Manas Kumar Rout | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.