ଓଁ ଶ୍ରୀ ଶ୍ରୀ ଭକ୍ତେଶ୍ୱରାୟ ମହାଦେବଙ୍କ ପ୍ରତିଷ୍ଠା ଉତ୍ସଵ

Spread the love

ଭଦ୍ରକ, (ସନ୍ଧାନ ନ୍ୟୁଜ) ଭଦ୍ରକ ବ୍ଲକ ଅନ୍ତର୍ଗତ କେଦାରପୁର ପଞ୍ଚାୟତ ରେ ଥିବା ପରିବିନ୍ଧା ରସଲପୁର ଗ୍ରାମ ରେ ଓଁ ଶ୍ରୀ ଶ୍ରୀ ଭକ୍ତେଶ୍ଵରାୟ ମହାଦେବ ଙ୍କ ପ୍ରତିଷ୍ଠା ଉତ୍ସଵ ମହାସମାରୋହରେ ପାଳିତ ହୋଇ ଯାଇଛି। ଗ୍ରାମ ରେ ଥିବା ଏକ ଦେବୀ ମା ମନ୍ଦିର ରେ ଗ୍ରାମ ବାସୀ ମାନେ ଏକଜୁଟ ହେଇ ଏକ ମହାଦେବ ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ କାର୍ଯ୍ୟ ରେ ଯେଉଁ ମହାନ୍ ବ୍ୟକ୍ତି ବିଶେଷ ମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ, ସେମାନେ ହେଲେ ସ୍ଵପ୍ନେଶ୍ୱର ସାହୁ, ହେମନ୍ତ କୁମାର ପାଢ଼ୀ, ମନୋଜ ମଲ୍ଲିକ, କାଳିଆ ଭାଇ,ଓ ଅନ୍ୟ ବ୍ୟକ୍ତି ବିଶେଷ। ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ମହିଳା ମାନେ କଳସୀ ଧରି ସାଳନ୍ଦୀ ନଦୀ ରୁ ଜଳ ଆଣି ମହାଦେବ ଙ୍କ ଜଳାଭିଷେକ କରିଥିଲେ। ବ୍ରାହ୍ମଣ ମାନଂକ ମନ୍ତ୍ର ପାଠ ରେ ସ୍ଥାନୀୟ ଅଞ୍ଚଳ ଭାବ ଭକ୍ତି ପରିବେଶ ରେ ପୁରି ଉଠିଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଗୌରାଙ୍ଗ ଜେନା, ସମ୍ପାଦକ ସନ୍ତୋଷ କୁମାର ସାହୁ, ପ୍ରହଲ୍ଲାଦ ଜେନା, ମଦନ ଜେନା, ବଟକୃଷ୍ଣ ଜେନା, ବଟ ଜେନା, ଜୟନ୍ତ କୁମାର ସାହୁ, କାର୍ତ୍ତିକ ଜେନା, ଅନନ୍ତ ଜେନା ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତ ପଞ୍ଚାୟତ ବାସୀ ଙ୍କୁ ଧନ୍ୟବାଦ୍ ଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

 

Related Posts

About The Author

Add Comment