ଐତିହାସିକ ବାରୁଣୀ ମେଳା ଗୁପ୍ତଗଂଗା ରେ ଆରମ୍ଭ।

Spread the love

ତିହିଡ଼ି  ୧୮/୩/୨୬  (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ଅଚକ ପଞ୍ଚାୟତ ରେ ଥିବା ଗୁପ୍ତ ଗଙ୍ଗା ବାରୁଣୀ ମେଳା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ପ୍ରାୟ ଏକ ଶହ ପଚାଶ ବର୍ଷ ପୂର୍ବେ ହଠାତ୍ ଜଣେ ସନ୍ଥ ବାବା ପାଳିଆ ବିନ୍ଧା ଗ୍ରାମ ର ମନୋରଞ୍ଜନ ମଲ୍ଲିକ ଙ୍କ ଘରେ ପହଞ୍ଚି ଥିଲେ। ସ୍ବର୍ଗତ ମନୋରଞ୍ଜନ ମଲ୍ଲିକ ଙ୍କ ବାପା ଙ୍କୁ ମଠ ଟିଏ ପାଇଁ ଜାଗା ମାଗି ଥିଲେ। ବାବା ଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ଗ୍ରାମ ବାସୀ ଙ୍କ ଦ୍ଵାରା ମଠ ନିର୍ମାଣ କରାଯାଇ ଥିଲା। ଏହି ମଠରେ ରାଧାକୃଷ୍ଣ ଙ୍କ ପ୍ରତିଷ୍ଠା କରି ବାବା ରାମାନୁଜ ଦାସ ପୂଜା ଅର୍ଚ୍ଚନା କରିଥିଲେ। ସମୟ ର ଘଟଣା କ୍ରମ ରେ ବାବା ରାମାନୁଜ ଙ୍କ ଲୋକ ପ୍ରିୟତା ବଢ଼ି ବଢ଼ି ଚାଲିଥିଲା। ଆଖପାଖ ଅଞ୍ଚଳ ରୁ ଶହ ଶହ ଭକ୍ତ ବାବା ରାମାନୁଜ ଙ୍କୁ ଦର୍ଶନ ନିମନ୍ତେ ଏଠାକୁ ଆସିବା ଆରମ୍ଭ କରିଥିଲେ। ଭକ୍ତ ମାନଙ୍କ ଦାନ ରେ ବାବା ଗୁପ୍ତ ଗଙ୍ଗା ରେ ଏକ ମନ୍ଦିର ନିର୍ମାଣ କରିଥିଲେ। ଯେଉଁ ମନ୍ଦିର ରେ ମା କାଳୀ,ଲକ୍ଷ୍ମୀନାରାୟଣ, ଓ ଗଣେଶ ମହାପ୍ରଭୁ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଥିଲେ। ଯାହା ଶୁଣି ବାକୁ ମିଳେ ଏହି ମନ୍ଦିର କୁ ଲାଗି ଏକ ପୋଖରୀ ଥିଲା। ବାରୁଣୀ ମେଳା ଦିନ ଏହି ପୋଖରୀ ରୁ ଆପେ ଆପେ ଜଳ ବାହାରୁ ଥିଲା। ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଆସି ଏହି ପୋଖରୀ ରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିଥାନ୍ତି। ଚଳିତ ବର୍ଷ ଦୁଇ ଦିନ ଧରି ଏହି ବାରୁଣୀ ମେଳା ଆରମ୍ଭ ହୋଇ ଶେଷ ହୋଇଥିଲା ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଗୁପ୍ତ ଗଙ୍ଗା ରେ ସ୍ୱାନ କରିପୁଣ୍ୟ ଅର୍ଜଙ୍କରିଥିଲେ। ପ୍ରସାଦ ସେବନ, ହରି କୀର୍ତ୍ତନ ପରିଲକ୍ଷିତ ହୋଇ ଥିଲା। ଏହୀ ମେଳା କୁ ସମାଜ ସେବୀ ଗଣେଶ ବିଶ୍ଵାଳ ଉଦଘାଟନ କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ news ଓଡ଼ିଆ।

Related Posts

About The Author

Add Comment