ଏସେଲ ମାଇନିଂ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ଲୋକାର୍ପିତ

Spread the love

ଯୋଡା/ ରାଉରକେଲା:୧୯/୧୦ (ସନ୍ଧାନ ନିଉଜ) ଆଦିତ୍ୟ ବିର୍ଲା ଗ୍ରୁପର ପ୍ରମୁଖ ଖଣି କମ୍ପାନୀ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ୟ୍ୟକ୍ରମ ଆନୁକୂଲ୍ୟରେ ଯୋଡା ପୌରପାଳିକା ଅନ୍ତର୍ଗତ ତଡାଙ୍ଗସାହିରେ ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ଲୋକାର୍ପିତ ହୋଇଯାଇଛି । ଏହି ଅଙ୍ଗନୱାଡି କେନ୍ଦ୍ରଟି ଆଦିବାସୀ ଅଧ୍ୟୁଷିତ ତଡାଙ୍ଗ ସାହିରେ ଦୀର୍ଘ ବର୍ଷ ହେଲା ଏସେଲ ମାଇନିଂ ତରଫରୁ ପରିଚାଳିତ ହୋଇ ଆସୁଥିବା ସ୍ଥଳେ ଏଠାରେ ଏକ ନୂତନ ଗୃହ ଆଜି କମ୍ପାନୀର ସ୍ଥାନୀୟ ମୁଖ୍ୟ ପ୍ରସନ୍ନ କୁମାର ପଣ୍ଡାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ଗ୍ରାମବାସୀ,ଏସେଲ ମାଇନିଂର ମାନବ ସମ୍ବଳ ବିଭାଗୀୟ ମୁଖ୍ୟ ରଣଜୀତ କୁମାର ମହାନ୍ତି,ସିଏସଆର ବିଭାଗୀୟ ମୁଖ୍ୟ ବିଶ୍ୱଜିତ ବେହୁରିଆ,ପ୍ରସାଶନୀୟ ବିଭାଗୀୟ ମୁଖ୍ୟ ଦୁର୍ଗା ଚରଣ ହେମ୍ବ୍ରମ,ସିଏସଆର ମ୍ୟାନେଜର ସ୍ମୃତିରେଖା କର,ଅଙ୍ଗନୱାଡି କର୍ମୀ ତଥା ଗ୍ରାମୀଣ ସହକର୍ମୀ ମାନେ ଉପସ୍ଥିତ ଥିଲେ । ପୂର୍ବରୁ ନୂତନ ଗୃହ ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ହୋମଯଜ୍ଞ,ପୂଜାପାଠ ଓ ଏସେଲ କୀର୍ତ୍ତନମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସର୍ବଶେଷରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଚିତ୍ତାକର୍ଷକ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । କମ୍ପାନୀ ତରଫରୁ ଏଠାରେ ଅଙ୍ଗନୱାଡି କର୍ମୀ ନିୟୋଜିତ ଥିବା ବେଳେ କେନ୍ଦ୍ରର ଅସବାପତ୍ର,ପିଲାମାନଙ୍କର ପୋଷାକ ଓ ଦୈନିକ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Related Posts

About The Author

Add Comment