ଏମ.କେ.ସି. ହାଇସ୍କୁଲ ପୁରାତନ ଛାତ୍ରସଂସଦ ପକ୍ଷରୁ ବିଦ୍ୟାଳୟକୁ ଘାସକଟା ଯନ୍ତ୍ର ପ୍ରଦାନ

Spread the love

, ୨୬/୦୬/୨୦୨୧ (ସନ୍ଧାନ ନିଉଜ) : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ପକ୍ଷରୁ ବିଦ୍ୟାଳୟକୁ ଦୁଇଟି ଅତ୍ୟାଧୁନିକ ଘାସକଟା ଯନ୍ତ୍ର ପ୍ରଦାନ କରାଯାଇଛି ।ବିଦ୍ୟାଳୟର ବିସ୍ତୃତ ପ୍ରାନ୍ତରକୁ ପରିଷ୍କାର ରଖିବା ପାଇଁ ଯନ୍ତ୍ର ଦୁଇଟି ବେଶସହାୟକ ହେବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ରରାଉତ ପ୍ରକାଶକ ରିଛନ୍ତି ।ବିଦ୍ୟାଳୟର ପ୍ରାକ୍ତନ କୃତୀଛାତ୍ରଡ.ସୁଧୀରଞ୍ଜନ ତ୍ରିପାଠୀଙ୍କ ନିଦ୍ଦିଷ୍ଟ ଉଦ୍ୟମରେ ଏହି କାର୍ଯ୍ୟ ସଫଳ ହୋଇଥିବାରୁ ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ସମ୍ପାଦକ ଅକ୍ଷୟ କୁମାର ଅଗ୍ରୱାଲା, ସଂଯୋଜକ ଶିକ୍ଷକ ଅମିତାଭ ମିଶ୍ର, ଶିକ୍ଷକ ମନୋଜ କୁମାର ପରିଡା, ଅମୂଲ୍ୟ କୁମ୍ଭକାର, ଉପେନ୍ଦ୍ରନାଥ ବେହେରା ପ୍ରମୁଖ ଡ. ତ୍ରିପାଠୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

 

Related Posts

About The Author

Add Comment