ଏଭରେଷ୍ଟ ଅଭିଯାନ: ୩ନଂ ବେସ୍ କ୍ୟାମ୍ପରେ କଳ୍ପନା ଦାଶ
ଏଭରେଷ୍ଟ ଅଭିଯାନ: ୩ନଂ ବେସ୍ କ୍ୟାମ୍ପରେ କଳ୍ପନା ଦାଶ
Manas Kumar Rout |
May 13, 2019 |
ଢେଙ୍କାନାଳ,୧୩/୫ (ସନ୍ଧାନ ନିୟୁଜ)ଏଭରେଷ୍ଟର ଉତ୍ତୁଙ୍ଗ ଶିଖରକୁ ଛୁଇଁବାକୁ ଅଦମ୍ୟ ଇଚ୍ଛା ନେଇ ପୁଣିଥରେ ଅଭିଯାନ ଆରମ୍ଭ କରିଛନ୍ତି ଢେଙ୍କାନାଳର ଦୁଃସାହସିକା କ୍ରୀଡ଼ାବିତ୍ କଳ୍ପନା ଦାଶ। ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମାଙ୍କ ସହ ସେ ନେପାଳରୁ ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଥିବାବେଳେ ଅଭିଯାତ୍ରୀ ଦଳର ସଦସ୍ୟମାନେ ୩ନଂ. ବେସ୍ କ୍ୟାମ୍ପରେ ପହଞ୍ଚତ୍ସାରିଛନ୍ତି। ରବିବାର କ୍ୟାମ୍ପରୁ ଭାରତୀୟ ଶାଢ଼ି ପିନ୍ଧି କଳ୍ପନା ନିଜର ଫଟୋ ହ୍ବାଟ୍ସଆପ୍ରେ ଶେୟାର କରିବା ସହ ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି।
କଳ୍ପନା କହିଛନ୍ତି ଯେ, ସହଯାତ୍ରୀଙ୍କ ସହ ସେ ୩ନଂ. ବେସ୍ କ୍ୟାମ୍ପରେ ପହଞ୍ଚତ୍ଛନ୍ତି। ପ୍ରବଳ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଆଗକୁ ଚଢ଼ିବା କଷ୍ଟକର ହେଉଛି। ତଥାପି ଅଭିଯାତ୍ରୀ ଦଳ ଉଦ୍ୟମ ଚଳାଇଛନ୍ତି। ବିଶ୍ୱଶାନ୍ତି, ବନ୍ଧୁତ୍ୱ ଏବଂ ମହିଳା ସଶକ୍ତୀକରଣ ବାର୍ତ୍ତା ନେଇ ଏହି ଅଭିଯାନ ଆରମ୍ଭ ହୋଇଛି। ମହିଳାମାନେ ଦୁଃସାହସିକ କ୍ରୀଡ଼ାରେ ଭାଗନେବା ପାଇଁ ପ୍ରେରିତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ବିଶିଷ୍ଟ ମାଉଣ୍ଟେନର ପେମ୍ବା ଧୀରଜେ ସେରପା ଅଭିଯାନର ନେତୃତ୍ୱ ନେଉଥିବା ସେ ସୂଚନା ଦେଇଛନ୍ତି।

Related Posts
About The Author