ଏବର୍ଷ ଟିସିଏସ ଦେବ ୨୮ ହଜାର କ୍ୟାମ୍ପସ ନିଯୁକ୍ତି

Spread the love

ବେଙ୍ଗାଲୁରୁ14/10(ସନ୍ଧାନ ନିୟୁଜ): ଦେଶର ଆଇଟି ଶିଳ୍ପରେ ଏବେ ଉତ୍ସାହ ଫେରିବାରେ ଲାଗିଛି। ଦେଶର ସର୍ବବୃହତ ଆଇଟି ଓ ସଫ୍ଟଓୟାର ରପ୍ତାନିକାରୀ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍(ଟିସିଏସ)ର କ୍ୟାମ୍ପସ ନିଯୁକ୍ତି ଯୋଜନା ଉପରେ ନଜର ପକାଇଲେ ଏହି ଚିତ୍ର ସ୍ପଷ୍ଟ ହେଉଛି। ଟିସିଏସ ଚଳିତବର୍ଷ ୨୮ ହଜାର କ୍ୟାମ୍ପସ ନିଯୁକ୍ତି ଦେବା ଯୋଜନା ରଖିଛି। ଗତ ୩ବର୍ଷ ମଧୢରେ କମ୍ପାନିର ଏହା ହେବ ସର୍ବାଧିକ ସ˚ଖ୍ୟକ ନିଯୁକ୍ତି। ବିଗତ ୨ ବର୍ଷ ହେଲା କମ୍ପାନି ବାର୍ଷିକ ୨୦ ହଜାର ଲେଖାଏଁ କ୍ୟାମ୍ପସ ନିଯୁକ୍ତି ପ୍ରଦାନ କରି ଆସୁଥିଲା। ଗତ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ କମ୍ପାନି ନିଟ୍ ୧୦,୨୨୭ ଜଣଙ୍କୁ କ୍ୟାମ୍ପସ ନିଯୁକ୍ତି ପ୍ରଦାନ କରିଛି। ଗତ ୧୨ଟି ତ୍ରୟମାସ ମଧୢରେ କ୍ୟାମ୍ପସ ନିଯୁକ୍ତିରେ ଏହା ହେଉଛି ସର୍ବାଧିକ। ତେବେ ଆଗାମୀ ଦିନରେ ମଧୢ କମ୍ପାନିର କ୍ୟାମ୍ପସ ନିଯୁକ୍ତି ଜାରି ରହିବ। କମ୍ପାନିର କାର୍ଯ୍ୟନିର୍ବାହୀ ଉପସଭାପତି ଅଜୟ ମୁଖାର୍ଜୀ କୁହନ୍ତି, ବ୍ୟବସାୟରେ ଭଲ ଅଭିବୃଦ୍ଧି ଦେଖାଦେଇଛି। ଚାହିଦା ମଧୢ ଭଲ ରହିଛି। କମ୍ପାନି ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ୧୬ ହଜାର ନୂଆ ନିଯୁକ୍ତି ଦେଇସାରିଛି ବୋଲି ସେ କହିଛନ୍ତି। ବିଏଫଏସଆଇ (ବ୍ୟାଙ୍କି˚, ଫାଇନାନ୍ସିଆଲ ସର୍ଭିସେସ ଏବ˚ ବୀମା) ଏବ˚ ଖୁଚୁରା କ୍ଷେତ୍ର ପୂର୍ବରୁ ଦୁର୍ବଳ ଥିଲା। ଏବେ ସେହି ଦୁଇଟି କ୍ଷେତ୍ରରେ ସୁଧାର ଆସିଥିବାରୁ ଟିସିଏସ ପାଇଁ ଏହା ସହାୟକ ହୋଇଛି ବୋଲି ସେ କହିଛନ୍ତି।

Related Posts

About The Author

Add Comment