ଏଣ୍ଡଳବାରେ ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ,୮ ସହରୁ ଅଧିକ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ଔଷଧ ବିତରଣ

Spread the love
ଜେନାପୁର/୧୮/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ/  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡୋଳବା ଗ୍ରାମ ପଂଚାୟତ ରେ ଏକ ମେଗା ସ୍ୱାସ୍ଥ୍ୟ ମେଳା ଭାରତ ସରକାର ଙ୍କର ନିର୍ଦ୍ଧେଶ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ୍ୟ ରୁ ଆୟୋଜିତ ହୋଇ ଯାଇଛି ..
ଏହି କାର୍ଯ୍ୟକ୍ରମକୁ ଧର୍ମଶାଳା ପଞ୍ଚାୟତ ସମିତି ର ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ …
ଉତ୍କ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରା ,ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ବିଶ୍ୱ ବିଜୟିନୀ ମିଶ୍ର ,୧୧ ନମ୍ବର ଜୋନ ଜ଼ିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ ,ସାଂସଦ ଙ୍କ ପ୍ରତିନିଧି ଉତ୍କଳ ଦାସ ,ଏଣ୍ଡୋଲବା ଗ୍ରାମ ପଞ୍ଚାୟତ ର ସରପଂଚ ଓ ସମିତି ସଭ୍ୟ ଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ..
ଏହି ସ୍ୱାସ୍ଥ୍ୟମେଳା ଟି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୁଧୀର କୁମାର ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଏବଂ କବାଟବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅଧିକାରୀ ସମାଜସେବୀ ରୋଟାରୀଆନ ଡ଼ା ନିହାର ରଞ୍ଜନ କର ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ..
ସକାଳ ୭ ଟା ରୁ ଦିବା ଗୋଟାଏ ଯାଏ ଚାଲିଥିବା ଏହି ସ୍ୱାସ୍ଥ୍ୟ ଶିବିର ରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟ ଓ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବହୁ ଅଭିଜ୍ଞ ଡାକ୍ତର ଯୋଗ ଦେଇ ଥିଲେ ..
ସ୍ତ୍ରୀ ଓ ପ୍ରସୂତି ,ଶିଶୁ ,ଭେଷଜ ,ଛାତି ଓ ଯକ୍ଷ୍ମା ,ଚକ୍ଷୁ ,ଦନ୍ତ ,ଆୟୁର୍ବେଦିକ ଓ ହୋମିଓପାଥି  ପ୍ରଭୁତି ବିଭାଗ ର ଵିଶେଷଜ୍ଞ  ଡାକ୍ତର ଙ୍କ ଦ୍ୱାରା ରୋଗୀ ସେବା କରାଯାଇଥିଲା
ଏହି ସ୍ୱାସ୍ଥ୍ୟ ମେଳା ରେ ଯୋଗ ଶିବିର ,ରୋଗ ନିଦାନ ,ଔଷଧ ବିତରଣ ,ରୋଗୀ ସଚେତନତା ,କରୋନା ଓ ଅନ୍ୟାନ ଟୀକାକରଣ ର ମଧ୍ୟ ସୁଵ୍ୟଵସ୍ଥା ରହିଥିବା କଥା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୁଧୀର କୁମାର ସାହୁ ତାଙ୍କ ପ୍ରତିକ୍ରିୟା ରେ ଜଣେଇଥିଲେ
ଡ଼ା ରମେଶ ମଲିକ ,ଡା ନଗେନ ମହାପାତ୍ର ,ଡ଼ା ରବୀନ୍ଦ୍ର ନନ୍ଦ ,ଡ଼ା ଶିବାଶିଷ ମହାରଣା ,ଡା ହାଁସଦା ,ଡ଼ା ପ୍ରିୟଙ୍କା ସାହୁ ,ଡ଼ା ସତ୍ୟଜିତ ସାହୁ ,ଡ଼ା ଵିଶାଲ ,ଡ଼ା ଜ୍ଞାନ ରଞ୍ଜନ ସିଆଲ ,ଡା ଅଜିତ ସାମଲ ,ଡା ରାଜ କିଶୋର ପ୍ରିୟଦର୍ଶନ ଦାସ ,ଡା ମହାମାୟା ମାହାନ୍ତି ପ୍ରଭୁତି ରୋଗୀ ଚିକିସ୍ଛା ରେ ନିୟୋଜିତ ଥିଲେ
ସମସ୍ତ କାର୍ଯ୍ୟକ୍ରମ କୁ ଡା ସୁଧୀର ସାହୁ ଙ୍କ ନେତୃତ୍ତ୍ୱ ରେ ଡ଼ା ନିହାର ରଞ୍ଜନ କର ,ଡ଼ା ଅଜିତ ନାୟକ ,ବି ପି ଏମ ଅଶୋକ ମିଶ୍ର ,ପି ଏଚ ଇ ଓ ଶ୍ରୀମତୀ ସବିତା ରାଣୀ ମାହାନ୍ତି ,ବି ଏ ଏମ ମନୋଜ ସାହୁ ,ବି ଡି ଏମ ନିର୍ଲିପ୍ତ। ପୃଷ୍ଟି ଓ ସ୍ୱାସ୍ଥ୍ୟ କର୍ମୀ ମାନେ ସୁଚାରୁରୂପେ ପରିଚାଳନା କରିଥିଲେ
ଏହି ଶିବିରରେ ୫୨୦ ରୋଗୀ ଚିକିତ୍ସା ହେଇଥିବାବେଳେ ୨୯୦ ଜଣଙ୍କୁ କରୋନା ଟୀକା ପ୍ରଦାନ କରା ଯାଇଥିଲା
ସ୍ୱାସ୍ଥ୍ୟ ଶିବିର କୁ ଆସିଥିବା ଶହ ଶହ ରୋଗୀ ମାନଙ୍କ ପାଇଁ ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ “ସଚେତନ ନାଗରିକ ମଞ୍ଚ “ତରଫରୁ ଏକ ଜଳଛତ୍ର ଆୟୋଜନ କରା ଯାଇଥିଲା …
ସ୍ୱାସ୍ଥ୍ୟ ବିଭାଗ ର ଏଭଳି ଜନ ହିତକର କାର୍ଯ୍ୟକ୍ରମ କୁ ସ୍ଥାନୀୟ ବାସିନ୍ଦା ,ଜନ ପ୍ରତିନିଧି ,ସାମ୍ବାଦିକ ,ବୁଦ୍ଧିଜୀବି ଖୁବ ପ୍ରସଂଶା କରିଥିଲେ …
ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କର କଠିନ ପରିଶ୍ରମ ଓ ଦାଇତ୍ୱବୋଧ ଯୋଗୁ କାର୍ଯ୍ୟକ୍ରମ ଟି ସଫଳ ହେଲା ବୋଲି ଡା ସାହୁ ଓ ଡ଼ା କର ତାଙ୍କ ପ୍ରତିକ୍ରିୟା ରେ ଜଣାଇ ଥିଲେ

Related Posts

About The Author

Add Comment