ଏଣ୍ଡଳବା ପଞ୍ଚାୟତରେ ନୂତନ ସରପଞ୍ଚ ଭାବେ ଦାଇତ୍ୱ ଗ୍ରହଣ କଲେ ସସ୍ମିତା ଖିଲାର

Spread the love

ଜେନାପୁର/୨୧/୦୩/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅଧିନ ଏଣ୍ଡଳବା ପଞ୍ଚାୟତର ଚଳିତ ପଞ୍ଚାୟତ ନିର୍ବାଚନରେ ବିଜୟୀ ସରପଞ୍ଚ ପ୍ରାର୍ଥିନୀ ସସ୍ମିତା ଖିଲାରଙ୍କୁ ଗତ ୧୮ ତାରିଖ ଶୁକ୍ରବାର ଦିନ ତାଙ୍କ ବାସ ଭବନରୁ ଶତାଦ୍ଦୀକ ପଞ୍ଚାୟତ ବାସୀ ବାଜା ବାଣ ରୋଷଣୀ ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ପାଛୋଟି ଆଣି  ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ସେଠାରେ ତାଙ୍କୁ ବିଧିବଦ୍ଧ ଭାବେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପିଙ୍ଗୁଆ ସରପଞ୍ଚ ଦାଇତ୍ୱ ଦେଇଥିଲେ ।ଏହି ଦାଇତ୍ୱ କାର୍ଯ୍ୟକ୍ରମରେ ୧୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ସାହୁ, ସମିତି ସଭ୍ୟ ପ୍ରାର୍ଥିନୀ ସଂଗୀତ ବେହେରା, ପୂର୍ବତନ ସରପଞ୍ଚ ଶ୍ରୀ ଅନୁକୁଳି ସାମଲ, ଉତ୍କଳ ମଣି ଦାସ ଜିଲ୍ଲା ସାଂସଦ ପ୍ରତିନିଧି, ବିକାଶ ଦାସ ବିଜେଡି ସମ୍ପାଦକ ଯାଜପୁର, ଅଶୋକ ମଲ୍ଲ ରେଖିଦେଇପୁର ବିଜେଡ଼ି ସଭାପତି, ଜିତେନ୍ଦ୍ର ରାଉତ ବିଜେଡ଼ି ସଭାପତି ତାଳଜଙ୍ଘ, ପ୍ରସନ୍ନ କୁମାର ରାଉତ ସହ ସମ୍ପାଦକ ବ୍ଲକ, ରବୀନ୍ଦ୍ର କୁମାର ସାହୁ ସାଧାରଣ ସମ୍ପାଦକ ଯାଜପୁର ଶତ୍ରୁଘ୍ନ ମିଶ୍ର, ନାରାୟଣ ତରାଇ, ଦିଲୀପ ସାହୁ, ସୁରେଶ ପ୍ରଧାନ, ସଞ୍ଜୟ ସାହୁ, ଉଦୟ ନାଥ ମଲ୍ଲିକ, ତାପସ ସାହୁ,ସୁଶାନ୍ତ କୁମାର ରାଉଳ, ପବିତ୍ର ଦାସ, କୃଷ୍ଣ ଚନ୍ଦ୍ର ଦାସ, ନନ୍ଦ କିଶୋର ପାଣି ସମେତ ପଞ୍ଚାୟତର ସମସ୍ତ ୱାର୍ଡ଼ ମେମ୍ବର ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ,ଶ୍ରୀମତୀ ଖିଲାର ତାଙ୍କ ଅଭିଭାଷଣରେ କହିଥିଲେକି ପଞ୍ଚାୟତର ସମସ୍ତ ସମସ୍ୟାକୁ ପୁରଣ କରିବା ସହ ଏଣ୍ଡଳବା ପଞ୍ଚାୟତକୁ ସରସ ସୁନ୍ଦର  ଭାବେ ଗଢି ତୋଳିବା ସହ ସମସ୍ତ ସୁଖ ଦୁଃଖରେ ସାତଦେବେ ବୋଲି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ସସ୍ମିତା ଖିଲାର କହିଛନ୍ତି ।

Related Posts

About The Author

Add Comment