ଏକତରଫା ପ୍ରେମର କରୁଣ ପରିଣତି ଯୁବକର ଉନ୍ମତ୍ତକାଣ୍ଡ, ପ୍ରେମିକାକୁ ହାଣିଲା, ନିଜ ପେଟରେ ଭୂଜାଲି ଭୁଶିଲା

Spread the love

ରସୁଲପୁର, ୨୫/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବଣିଆ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏହି ସାହିର ନଇବଢିଆ ଓରଫ ବଳରାମ ସାହୁଙ୍କ ପୁଅ ଘନ ଓରଫ ଗଣେଶ୍ୱର(୨୪) ଉନ୍ମତ୍ତକାଣ୍ଡ ଭିଆଇଛି । ଘନ ଭିଆଇଥିବା କାଣ୍ଡରେ ବ୍ରାହ୍ମଣୀ ନଦୀ ଗାଧୁଆ ତୁଠକୁ ରକ୍ତରଞ୍ଜିତ ହୋଇଛି । ଯୁବକର ଏକତରଫା ପ୍ରେମରୁ ଏଭଳି କାଣ୍ଡ ଘଟିଛି । ପ୍ରେମ ପାଗଳ ଯୁବକର ଭୂଜାଲି ଆକ୍ରମଣରେ ଯୁବତୀ ମୃତୁ୍ୟ ସହ ସଂଗ୍ରାମ କରୁଛି । ଯୁବତୀକୁ ହାଣିବା ପରେ ଯୁବକ ନିଜ ପଟରେ ଭୁଜାଲି ଭୁଶି ଆତ୍ମହତ୍ୟା କରୁବାକୁ ଉଦ୍ୟମ କରି ଜୀବନ ସହ ସଂଗ୍ରାମ କରୁଛି । ଏହି ଘଟଣା ସମଗ୍ର ଯାଜପୁର ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାତୟଃ ସାଢେ ୮ଟା ସମୟରେ ବଣିଆ ସାହିର ଜନୈକ ୧୯ବର୍ଷିୟା ଯୁବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଯୁବତୀକୁ ପିଛାକରି ଯୁବକ ଗାଧୁଆତୁଠରେ ପହଁଚି ଯାଇଥିଲେ । । ପୂର୍ବଭଳି ଯୁବତୀକୁ ବିବାହ କରିବା ପାଇଁ ପ୍ରସ୍ଥାବ ଦେଇଥିଲା । ଯୁବତୀ ଖୋଲାଖୋଲି ଭାବରେ ଘନର ପ୍ରସ୍ଥାବକୁ ପ୍ରତ୍ୟାଖାନ କରିଥିଲା । ଏଥିରେ ରାଗି ଯାଇ ଯୁବକ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ର(ଭୁଜାଲି)ରେ ଯୁବତୀକୁ ମରାଣାତ୍ମକ ଆକ୍ରମଣ କରିଥିଲା । ଯୁବକର ଭୂଜାଲି ଚୋଟରେ ଯୁବତୀର କାନ୍ଧ ଓ ପିଠି ପ୍ରଭୃତି ସ୍ଥାନରେ ଗଭୀର କ୍ଷତ ଲାଗିଛି । ଏଥିସହ ସେ ଭୂଜାଲିକୁ ନିଜ ପେଟରେ ଭୁଶି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଫଳରେ ଉଭୟ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ଗାଧୁଆ ତୁଠ ନିକଟରେ ପଡି ରହିଥିଲେ । ଏ ସଂପର୍କରେ ଖବରପାଇ ଯୁବତୀ ଘରଲୋକେ ଘଟଣାସ୍ଥଳର୍ୁ ଗୁରୁତର ଝିଅକୁ ଉଦ୍ଧାରକରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାରକରି ସେହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିଛନ୍ତି । ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି । ଘଟଣା ସଂପର୍କରେ ଯୁବତୀର ମା ଆଜି ଅପରାହ୍ନରେ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଛି । ଏ ନେଇ ଧର୍ମଶାଳା ଥାନାରେ କେସ୍ ନଂ-୭୭/୧୯ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ରଥ ମାମାଲର ତଦନ୍ତ କରୁଛନ୍ତି ।

Related Posts

About The Author

Add Comment