ଏକ ବର୍ଷ ନ ପୂରୁଣୁ ରାସ୍ତାରୁ ଉଠିଗଲା ବାଲି ଓ ଚିପ୍ସ, ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

Spread the love

ସୁନ୍ଦରଗଡ ତା:୧୮/୧୧/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ କୁସୁମୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଇଡ଼ିହି ମୁଖ୍ୟ ରାସ୍ତାଠାରୁ ଚରଣଢିପା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାର କାର୍ଯ୍ୟକୁ ନେଇ ନିମ୍ନମାନର ଅଭିଯୋଗ ଉଠିଛି। ମାତ୍ର ଏକ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ରାସ୍ତା ଏକ ବର୍ଷ ପୂରଣ ହେବା ପୂର୍ବରୁ ରାସ୍ତାରୁ ବାଲି ଓ ଚିପ୍ସ ଉପୁଡ଼ି ବାହାରିବା ଏକ ବଡ ପ୍ରଶ୍ନ । ରାସ୍ତା ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଏଭଳି ଅବସ୍ଥା ସୃଷ୍ଟି ହେବା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ଏହି ରାସ୍ତା ନିର୍ମାଣରେ କେଉଁ ପ୍ରକାରର ସାମଗ୍ରୀ ବ୍ୟବହାର ହୋଇଛି ଏବଂ କାର୍ଯ୍ୟ କେତେ ମାତ୍ରାରେ ଗୁଣବତ୍ତାପୂର୍ଣ୍ଣ ହୋଇଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତା ସହିତ ଏହି ରାସ୍ତାକୁ ଅତି ଶୀଘ୍ର ନିର୍ମାଣ ପାଇଁ ଦାବି ହେଉଛି ।

 

Related Posts

About The Author

Add Comment