ସୁନ୍ଦରଗଡ ତା:୨୪/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସବଡେଗା ବ୍ଲକ କିଞ୍ଜିରକେଲା ଥାନା ଅନ୍ତର୍ଗତ କୁକରିଡ଼ିହି ଗ୍ରାମର ଡେମ୍ବୁଲ ପଡାର ଏକ ଚହଲା ପରିତ୍ୟକ୍ତ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଉଗ୍ରସେନ ନାଏକ(୫୦) ବର୍ଷ ବୋଲି ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାଇ ମୃତକ ଜଣକ ମଧ୍ୟାହ୍ନ ସମୟରୁ ବାହାରିଥିବା ବେଳେ ସେ ସନ୍ଧ୍ୟା ପଯ୍ୟନ୍ତ ଘରକୁ ନ ଫେରିବାରୁ ବହୁତ ଖୋଜାଖୋଜି ପରେ ସନ୍ଧ୍ୟା ୭ଟା ସମୟରେ ଏକ ଶବ ପରିତ୍ୟକ୍ତ ଚହଲା ପୋଖରୀରରେ ଭାସୁଥିବାର ଗ୍ରାମବାସୀ ଦେଖି କିଞ୍ଜିରକେଲା ଥାନାକୁ ଅବଗତ କରାଇଥିଲେ । ଅନେକ ସମୟ ଧରି ଅପେକ୍ଷାଅପରେ ମଧ୍ୟ ରାତ୍ରି ୧୦ଟା ପର୍ଯ୍ୟନ୍ତ ପୋଲିସ ଆସି ନ ଥିବା ଅଭିଯୋଗ ହୋଇଛି । ମୃତକ ଜଣକ ତାଙ୍କ ସ୍ତ୍ରୀ ସହିତ ରହୁଥିବା ବେଳେ ତାଙ୍କର କେହି ସନ୍ତାନ ନ ଥିବା ସୂଚନାରୁ ଜଣାପଡିଛି ।
ଏକ ପରିତ୍ୟକ୍ତ ପୋଖରୀରୁ ଯୁବକର ଶବ ଦେହ ଉଦ୍ଧାର
|
August 25, 2021 |



