ଋଷିମାଳ ସଂରକ୍ଷିତ ଜଙ୍ଗଲରୁ ଶାଳ ପଟା ଜବତ, ୨ ଗିରଫ: ଖସିଗଲେ ଜଙ୍ଗଲ ମାଫିଆ !

Spread the love

ବାଲିଗୁଡା,22/10(ସନ୍ଧାନ ନ୍ୟୁଜ୍); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ଅତର୍କିତ ଭାବେ ଚଢାଉ କରି ୪୦ଖଣ୍ଡ ପଟା ଜବତ କରିବା ସହିତ ଘଟଣାସ୍ଥଳରୁ ୨ ଜଣ ପଟା କଟାଳିଙ୍କୁୁ ଗିରଫ କରିଛି। ତେବେ ଏହା ପଛରେ ଥିବା କାଠ ମାଫିଆର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟେର୍‍ ପାଇପାରିନାହିଁ ବନ ବିଭାଗ।ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ସୂଚନା ପ୍ରକାରେ, ଗିରଫ ହୋଇଥିବା ୨ ଜଣ ପଟା କଟାଳି ହେଲେ ପୁଇଗୁଡ଼ା ଗ୍ରାମ ଓଡ଼ିଆ ସାହିର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର। ଏହି ୨ ଜଣ ଜଙ୍ଗଲ ମଧ୍ୟରେ ପଟା କାଟୁଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନପାଳ ଜୟନ୍ତ ପ୍ରଧାନ, ଫ୍ରଫୁଲ କୁମାର ଚୌଧୁରୀ, ବନରକ୍ଷୀ ଦୀପକ ରଂଜନ ପଟନାୟକ ସମେତ ଅନ୍ୟମାନେ ଚଢାଉ କରି ୪୦ ଖଣ୍ଡ ଶାଳ କାଠ ପଟା ସହିତ ୨ ଜଣକୁ ଗିରଫ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ କେସ ନଂ ୨୯ା୨୦ରେ ଏକ ମାମଲା ରୁଜୁକରି ୨ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଜବତ ଶାଳ ପଟାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ତେବେ ଏହାର ପଛରେ କିଏ ଜଙ୍ଗଲ ମାଫିଆ ଅଛି ତାହାର କୌଣସି ପ୍ରକାର ସୁରାଗ ମିଳିନଥିବା ବେଳେ ବନ ବିଭାଗ ପ୍ରଥମ ପର୍ଯ୍ୟାୟରେ ପଟାକାଟୁଥିବା ଅଭିଯୋଗରେ ଏହି ୨ ଜଣକୁ କୋର୍ଟ ଚାଲାଣ କରିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଅନ୍ୟଏକ ସୂଚନା ପ୍ରକାରେ, ଦୀର୍ଘଦିନ ହେଲା ଉକ୍ତ ଜଙ୍ଗଲରେ ଜଙ୍ଗଲ ମାଫିଆମାନେ ପ୍ରତ୍ୟେକ ଦିନ ବହୁ ସଂଖ୍ୟରେ ପଟା କଟାଳିକୁ କିଛି କିଛି ଟଙ୍କା ଦେଇ ପଟାକାଟି ଏଭଳି ଭାବେ ଚାଲାଣ କରୁଥିବା ବେଳେ ବନ ବିଭାଗର କିଛି କର୍ମଚାରୀଙ୍କ ଅଗୋଚରରେ ଏହା ଚାଲିଥିବା ମଧ୍ୟ ଆଲେଚାନା ଜୋର ଧରିଛି।

Related Posts

About The Author

Add Comment