ଋଣଭାର ସହି ନପାରି ଦିନ ମଜୁରୀଆ ମୃତ

Spread the love

ରସୁଲପୁର, (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ ପଂଚାୟତ ଚଅପୋଇ ଗ୍ରାମର ଗୋଖା ଦଳେଇଙ୍କ ପୁଅ ଗୁଣ୍ଡୁଚି(୩୫) ଆଜି ବଢି ଭୋରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଗାଁ ମୁଣ୍ଡରେ ଥିବା ଗ୍ରାମବଦେବତୀ ନିକଟସ୍ଥ ଏକ ସାହାଡା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେ ଦିନ ମଜୁରିଆ ଭାବରେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଥିଲେ । ପରିବାରର ଅଭାବ ଅନାଟନକୁ ଦୂର କରିବା ପାଇଁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ରଣକରି ସୁଝି ପାରିନଥିଲେ । ଋଣଭାର ସହି ନପାରି ଚାପରେ ରହୁଥିଲେ ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ପରିବାର ପକ୍ଷରୁ ଅଭିଯୋଗ୍ ହେଉଛି ।
ଘଟଣାରୁ ପ୍ରକାଶ ଜନୈକ ଯୁବକର ମୃତ ଦେହ ଗାଁ ମୁଣ୍ଡ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଖବରପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି ଝୁଲନ୍ତା ମୃତ ଦେହକୁ ତଳକୁ ଆଣିଥିଲେ । ଏ ସଂପର୍କରେ ପରିବାର ପକ୍ଷରୁ ଯାଜପୁର ସଦର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଛି । ପୋଲିସ ଅଭିଯୋଗ ମୁତାବକ ଘଟଣାର ତଦନ୍ତ ଜାରି ରଖିଛି । ମାତ୍ର ପରିବାର ଲୋକେ କରିଥିବା ଅଭିଯୋଗରୁ ଜଣାଯାଏ ଗୁଣ୍ଡୁଚି ୪ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିଲେ । ଯେପରି କି ଅର୍ଥ ଲଗାଣକାରୀ ସଂସ୍ଥା ଏସକେଏସ, ଆର-ୱାନ, ହଷ୍ଟ୍ରେଲ ଓ ସ୍ୱାୟଂସହାୟିକା ଗୋଷ୍ଠି ଭଳି ୪ଟି ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ଲକ୍ଷାଧିକ ଟଙ୍କା ଋଣ ଆଣିଥିଲେ । ଏଥି ସକାଶେ ସେ ମାସିକ ପ୍ରାୟତଃ ହାରାହାରି ୪ହଜାର ଟଙ୍କା କିସ୍ତି ବାବଦକୁ ପ୍ରଦାନ କରୁଥିଲେ । ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ସେ କାମଧନ୍ଦାକୁ ଯାଇପାରି ନଥିଲେ । ଫଳରେ ଋଣ ବାବଦକୁ କିସ୍ତ ପ୍ରଦାନ କରିବାରେ ବିଫଳ ହୋଇଥିଲେ । କିସ୍ତି ପ୍ରଦାନରେ ଖିଲାପ ହେବାରୁ ଋଣ ପ୍ରଦାନକାରୀ ସଂସ୍ଥାମାନେ ବାରମ୍ବାର ତାଗିଦ କରୁଥିଲେ । ଏହାକୁ ନେଇ ମୃତ ଯୁବ ଚାପରେ ରହୁଥିଲେ । ମାନସିକ ଭାରସାମ୍ୟ ହରାଇ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି । ପୋଲିସ ଏ ସଂପର୍କରେ ଥାନାରେ ଏକ ଅପମୃତ କେସ୍ ନଂ- ୦୪/୧୯ରେ ଏକ ମାମଲା ରୁଜୁ କରାଯାଇଛି । ଏସ.ଆଇ ସୁରେନ୍ଦ୍ର କୁମାର ଜେନା ମାମଲାର ତଦନ୍ତ କରୁଛନ୍ତି । ଏ ସଂପର୍କରେ ଥାନା ଅଧିକାରୀ ଦୁଷମନ୍ତ ନାୟକଙ୍କୁ ପଚାରିବାରୁ ମୃତ ବ୍ୟକ୍ତି ଋଣଗ୍ରସ୍ତ କରାଣରୁ ଚାପଗ୍ରସ୍ତ ହୋଇ ମୃତ ବରଣ କରିଛି ବୋଲି ଅଭିଯୋଗ ହେଉଛି । ହେଲେ ପୋଲିସ ପ୍ରାଥମିକ କାର୍ଯ୍ୟ ସାରିଛି । ଏ ନେଇ ତଦନ୍ତ ଜାରି ରହିଛି । ଅଭିଯୋଗ ମୁତାବକ ତଦନ୍ତ କରାଯିବ ଏବଂ ମୃତବ୍ୟକ୍ତି କେଉଁଠୁଁ କେତେ ଋଣ ଆଣିଥିଲା ସେ ନେଇ କାଗଜପତ୍ର ଯାଂଚ କରିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ।

Related Posts

About The Author

Add Comment