କଟକ , ୨୨/୧୦/୨୦୨୨ (ସନ୍ଧାନ ନିଉଜ) : ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧାର ୪ର୍ଥ ରାଜ୍ୟସ୍ତରୀୟ ଗାନ୍ଧି ଆଦର୍ଶ ଓ ଗୋପବନ୍ଧୁ ଆଦର୍ଶ ସମ୍ମାନ ସମାରୋହ – ୨୦୨୨ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ପାଳିତ ହୋଇ ଉଦ୍ଘାଟକ ଭାବେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ଵର ଟୁଡ଼ୁ,ମନ୍ତ୍ରୀ ସମୀର ରଞ୍ଜନ ଦାସ, ବାଲେଶ୍ଵର ସାଂସଦ କବି ପ୍ରତାପ ଶଡଙ୍ଗୀ,ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟସାହାଣୀ,ପ୍ରତିଷ୍ଠାତା ବଳରାମ ତରାଇ ପ୍ରମୁଖ ବହୁ ବିଶିଷ୍ଟ ପ୍ରତିଭା ଯୋଗ ଦେଇଥିଲେ । ଏହି ମହୋତ୍ସବରେ କଟକ ସଦର ଅନ୍ତର୍ଗତ ୪୨ ମୌଜାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନକୁ ଉଲ୍ଲେଖନୀୟ କୃତିତ୍ୱ ନେଇ ନିଶିଗାନ୍ଧା ସୁସଂଗଠକ ସମ୍ମାନ – ୨୦୨୨ ସମ୍ମାନ ପ୍ରଦାନ କରାଯାଇଛି । ଦୟାନିଧି ପ୍ରତିଷ୍ଠାନ ପକ୍ଷରୁ ଉପଦେଷ୍ଟା ସରୋଜ ନଳିନୀ ପରିଜା,ପ୍ରଧ୍ଯାପକ ଡକ୍ଟର ଶେଖ୍ ପରିମୁଲ୍ଲା,ସମବାୟ ବିତ୍ ମହେନ୍ଦ୍ର ନାୟକ,ପ୍ରାଧ୍ୟାପକ ସ୍ଵାଧୀନ ଶେଖର ଶଡଙ୍ଗୀ,ସିନେ ତାରକା ମିଟୁ ମିଥୁନ୍, ପୂର୍ବତନ ସମିତିସଭ୍ୟ ବିନୋଦ ବେହେରା,ପୂର୍ବତନ ସରପଞ୍ଚ ଶରତ ରାୟ ,ଯାଦବ ମହାସଭା ୪୨ ମୌଜାର ସଭାପତି ସମାଜସେବୀ ବୁଲେଇ ବେହେରା,ସଭାପତି ସାହିତ୍ୟିକ ଇଂ.ଅଶୋକ ବିଶ୍ଵାଳ,ସାଧାରଣ ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାସ ପ୍ରଭୃତି ନିଶିଗନ୍ଧା ପ୍ରତିଷ୍ଠାନକୁ କୃତଜ୍ଞତା ଜଣାଇବା ସହିତ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରତିଷ୍ଠାନର ଉନ୍ନତି ପାର୍ଥନା କରିଛନ୍ତି ।
ଉଲ୍ଲେଖନୀୟ ସଫଳତା ନେଇ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ସମ୍ବର୍ଦ୍ଧିତ
|
October 22, 2022 |



