ଉତ୍ତର କୋରିଆ ନେତା କିମ୍ ଜୋଙ୍ଗଙ୍କ ମୃତ୍ୟୁ ଗୁଜବ!

Spread the love

ନୂଆଦିଲ୍ଲୀ, ୨୭/୦୪/୨୦ (ସନ୍ଧାନ ନିଉଜ) : ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍-ଉନ୍‌ଙ୍କର ହୃଦ୍‌ପିଣ୍ଡ ଅସ୍ତ୍ରୋପଚାର ସମୟରେ ରହିଥିବା ସମସ୍ୟା ପାଇଁ ମୃତ୍ୟୁ ହୋଇଛି। ଶନିବାର ରାତିରୁ ଏହି ଗୁଜବ ପ୍ରଚାର ଚାଲିଛି। କିନ୍ତୁ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ମିଳିନାହିଁ। ସତ ଜାଣିବା ପାଇଁ ଚୀନ୍ ଓ ଆମେରିକା ପ୍ରୟାସ ଚଳାଇଛନ୍ତି।

ଚୀନ୍‌ର ସାମ୍ବାଦିକା ସିଜିଆନ୍ ଜିଙ୍ଗ୍‌ଜୌ କହିଛନ୍ତି ଅତି ବିଶ୍ଵସ୍ଥ ସୂତ୍ରରୁ ଜାଣିଛନ୍ତି ଉତ୍ତର କୋରିଆ ନେତାଙ୍କର ମୃତ୍ୟୁ ହୋଇଛି। ଚୀନ୍‌ର ସାମାଜିକ ଗଣମାଧ୍ୟମ ସାଇଟ୍ ‘‌ୱେଇବୋ’ରେ ତାଙ୍କର ୧୫ ନିୟୁତ ଅନୁସରଣକାରୀ ଅଛନ୍ତି। ସେହିପରି ଏକ ଜାପାନୀ ସାପ୍ତାହିକୀ ରିପୋର୍ଟ କରିଛି ହୃଦ୍‌ପିଣ୍ଡ‌ ଅସ୍ତ୍ରୋପଚାର ପରେ କିମ୍ କୋମା ଅବସ୍ଥାରେ ଥିଲେ। ସାପ୍ତାହିକ ଖବର କାଗଜ ‘ସୁକନ୍ ଗେଣ୍ଡାଇ’ ଲେଖିଛି ମଫସଲ ଅଞ୍ଚଳ ବୁଲିଯାଇଥିବା ବେଳେ କିମ୍ ନିଜ ଛାତିକୁ ଜାବୁଡ଼ି ଧରି ତଳେ ପଡ଼ିଗଲେ। ତାଙ୍କ ସାଥିରେ ଯାଇଥିବା ଲୋକମାନେ ତାଙ୍କୁ ‘ସିପିଆର୍’ ଦେବା ସହ ଡାକ୍ତରଖାନାକୁ ନେଇ ଯାଇଥିଲେ। କିନ୍ତୁ ତାଙ୍କ ଧମନୀରେ ଷ୍ଟେଣ୍ଟ୍ ଲଗାଇବାରେ ବିଳମ୍ବିତ ପଦ୍ଧତି ଅବଲମ୍ବନ କରାଯିବାରୁ ସେ ଖୁବ୍ ଅସୁସ୍ଥ ହୋଇ ପଡ଼ିଲେ। ବେଜିଙ୍ଗ୍‌ରୁ ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଭୀତସ୍ତ୍ରସ୍ତ ସର୍ଜନ୍‌ଙ୍କ ହାତ ଥରିବାରୁ ତାଙ୍କ ହୃଦ୍‌ପିଣ୍ଡ ଅସ୍ତ୍ରୋପଚାର ଭୁଲ୍ ହୋଇଯାଇଥିଲା। ତେବେ ସତ କ’ଣ ତାହା ସ୍ପଷ୍ଟ ହୋଇନାହିଁ।

Related Posts

About The Author

Add Comment