ଉତ୍କଳ ଯାଦବ ମହାସଭା ତରଫରୁ ବାଇକ୍ ରାଲି

Spread the love

ଯାଜପୁର, 25/03 (ସନ୍ଧାନ ନିଉଜ) ଉତ୍କଳ ଯାଦବ ମହାସଭା (ଯାଜପୁର)ତରଫରୁ ଏକ ବିଶାଳ ବାଇକ୍ ରାଲି ଚଣ୍ଡିଖୋଲ‌ରୁ ବାହାରି ଯାଜପୁର ବରୁହା ଠାରେ ଥିବା ଦୁର୍ଗା ପଡ଼ିଆ ଠାରେ ପହଁଚିଥିଲା. |  ବଡଚଣା ଯାଦବ ମହାସଭା ତରଫରୁ ଅଖିଳ ଭାରତୀୟ ଯୁବ ଯାଦବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଞ୍ଜିନିୟର ପ୍ରଦୀପ ବେହେରା ( ଲକି) ଙ୍କୁ ଚଣ୍ଡିଖୋଲ ଠାରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରଯାଇଥିଲା. | ବରୁହା ଦୁର୍ଗା ପଡିଆ ଠାରେ ଆୟୋଜିତ ହୋଇଥିବା ଏହି ସଭାରେ ଶହଶହ ଯାଦବ ଭାଇ ଭଉଣୀ ଉପସ୍ଥିତ ଥିଲେ. ଯାଦବ ଭାଇଭଉଣୀ ମାନେ ସାମଜିକ , ଅର୍ଥନୈତିକ ଓ ରାଜନୈତିକ ଯେତ୍ରରେ କିଭଳି ଭାବେ ସେମାନଙ୍କର ହକ୍ ଓ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେ ସଂମ୍ପର୍କରେ ସେ ତାଙ୍କର ମତ ରଖିଥିଲେ . ତାଙ୍କର ଉଜସ୍ଵୀ ଭାଷଣରେ ସଭସ୍ଥଳି ଉଚ୍ଛୁଳି ପଡିଥିଲା | ଯାଦବ ଏକ ଜାତି ନୁହେଁ ଏହା ଏକ ସଂସ୍କୃତି .ପରମ ପୁରୁଷ ଶ୍ରୀକୃଷ୍ଣ ଙ୍କ ବଂଶଜ ଯାଦବ . ଜେଉ ଜାତିର ନାମ ବେଦ ଉପନିଷଦ ରେ ଉଲ୍ଲେଖ ଅଛି ସେ ଜାତିର ଐତିହ ସଂମ୍ପର୍କରେ ନିଜର ଭାଷଣରେ ପ୍ରକାଶ କରିଥିଲେ |  ଏହି ସଭାରେ ଅଖିଳ ଭାରତୀୟ ଯୁବ ଯାଦବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଂ ପ୍ରଦୀପ ବେହେରା, ସଚ୍ଚିଦାନନ୍ଦ ମହାକୁଡ ଉପାଦକ୍ଷ ଭବାନିପାଟଣା, ପ୍ରଦୀପ ବେହେରା- ସାଧାରଣ ସମ୍ପାଦକ ଉତ୍କଳ ଯାଦବ ମହାସଭା, ନନ୍ଦ୍ ଲାଲ୍ ସିଂ ଯାଦବ – ରାଜ୍ୟ ସଂଯୋଜକ, ସମର ଜିତ୍ ବେହେରା ସାଧାରଣ ସମ୍ପାଦକ ମହାନଗର ନିଗମ, ବିନୋଦ ବେହେରା- ସଭାପତି କଟକ ଜିଲ୍ଲା ଯାଦବ ମହାସଭା, ପ୍ରିତିରଞ୍ଜନ ଯାଦବ ,ତରୁଣ ଯାଦବ – କଟକ ଜିଲ୍ଲା ଯୁବ ସମ୍ପାଦକ ବୁଲେଇ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

Related Posts

About The Author

Add Comment