ଇସ୍ତଫା ଦେଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ

Spread the love

ନୂଆଦିଲ୍ଲୀ,୧୦/୧୨ (ସନ୍ଧାନ ନିୟୁଜ) ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ର ଗଭର୍ନର ଉର୍ଜିତ ପଟେଲ ବ୍ୟକ୍ତିଗତ କାରଣରୁ ନିଜ ପଦରୁ ଇସ୍ତପା ଦେଇଛନ୍ତି। ଇସ୍ତପା ଦେଇସାରିବାପରେ ଉର୍ଜିତ ପଟେଲ କହିଛନ୍ତି – ବ୍ୟକ୍ତିଗତ କାରଣରୁସେ ବର୍ତ୍ତମାନ ପଦରୁ (ଆରବିଆଇର ଗଭର୍ଣ୍ଣର) ରେ ତତ୍କାଳ ଇସ୍ତପା ଦେବାକୁ ନିଷ୍ପତି ନେଇଛନ୍ତି। ତେବେ ଆରବିଆଇରେ କାମ କରିବା ମୋ ପାଇଁ ସମ୍ମାନର କଥା ବୋଲି ଇସ୍ତଫା ଦେବା ପରେ କହିଛନ୍ତି ଉର୍ଜିତ ପଟେଲ ।
ସୂଚନାଯୋଗ୍ୟଯେ, ଗତ କିଛି ଦିନ ଧରି କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବିବାଦ ଲାଗିରହିଥିଲା। ବ୍ୟାଙ୍କ ଗୁଡିକର ଏନପିଏ ସମସ୍ୟା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ଦୋଷ ଲଦିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ସେ ଆସନ୍ତା ସେପ୍ଟେମ୍ବର ମାସରେ ଅବସର ନେଇଥାନ୍ତେ। ୯ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ପରେ ବିବାଦ ସମାଧାନ ହୋଇଯାଇଥିବା ଶୁଣିବାକୁ ମିଳିଥିଲା। ନଭେମ୍ବର ୧୯ ତାରିଖରେ ହୋଇଥିବା ଆରବିଆଇର ବୋର୍ଡ ମିଟିଂରେ ଚାଲିଥିବା ବିବାଦର କିଛି ସମାଧାନ ମଧ୍ୟ ହୋଇଯାଇଥିଲା। ଯାହାଫଳରେ ଉର୍ଜିତ ପଟେଲଙ୍କ ଇସ୍ତଫା ଦେବା ଆଶଙ୍କା ଟଳି ଯାଇଥିଲା। କିନ୍ତୁ ଆଜି ଅଚାନକ ସେ ଇସ୍ତଫା ଘୋଷଣା କରିଥିଲେ।

Related Posts

About The Author

Add Comment