ଇଣ୍ଡୋନେସିଆ ସୁନାମି: ମୃତ୍ୟୁ ସଂଖ୍ୟା ୮୩୮ ଟପିଲା,ଚାରିଆଡେ କୁଢ଼ କୁଢ଼ ମୃତଦେହ
ଇଣ୍ଡୋନେସିଆ ସୁନାମି: ମୃତ୍ୟୁ ସଂଖ୍ୟା ୮୩୮ ଟପିଲା,ଚାରିଆଡେ କୁଢ଼ କୁଢ଼ ମୃତଦେହ
Manas Kumar Rout |
September 30, 2018 |

ଜାକର୍ତ୍ତା 30/9 (ସନ୍ଧାନ ନିୟୁଜ) :ଉତ୍ତର ଇଣ୍ଡୋନେସିଆରେ ଗତ ଶୁକ୍ରବାର ଦିନ ୭.୫ ତୀବ୍ରତାର ଭୁକମ୍ପ ଓ ଭୂକମ୍ପ ପରବର୍ତ୍ତୀ ସୁନାମିରେ ଦୋହଲି ଯାଇଛି ଇଣ୍ଡୋନେସିଆର ପାଲୁ ସହର। ପ୍ରତି ମୁହୂର୍ତ୍ତରେ ମୃତଦେହଗୁଡ଼ିକ ଆମ୍ବୁଲାନ୍ସରେ ଲଦାହୋଇ ହସ୍ପିଟାଲରେ ଆସି ପହଞ୍ଚୁଛି। ଚାରଆଡେ କୁଢ଼ କୁଢ଼ ମୃତଦେହ ସମଗ୍ର ପରିବେଶରେ ଏକ ଶ୍ମଶାନର ଭ୍ରମ ସୃଷ୍ଟି କରିଛି। ରବିବାର ସୁଦ୍ଧା ଏହି ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ରେ ପହଞ୍ଚିଥିବା ବେଳେଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେହିଭଳି ଶକ୍ତିଶାଳୀ ସୁନାମି ମାଡ଼ରେ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଇଣ୍ଡୋନେସିଆର ସୁଲାୱେସି ଦ୍ବୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ସୁନାମି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।
ସରକାରୀ ଅଧିକାରୀଙ୍କ କହିବାନୁସାରେ, ପାଲୁ ସହରର ସମୁଦ୍ର ତଟରେ ଲୋକମାନେ ବେଳାଭୂମି ଉତ୍ସବ ପାଳନ କରିବା ପାଇଁ ଶୁକ୍ରବାର ଏକାଠି ହୋଇଥିଲେ। ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ। ତେଣୁ ସୁନାମି ଦ୍ବାରା ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କର ପରିଚୟ ମିଳିପାରି ନାହିଁ। ଗତ ଶୁକ୍ରବାର ଦିନ ପାଲୁ ସହରଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ପାଲୁ ସହର ଥରିଉଠିଥିଲା।ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୁନାମି ଯୋଗୁ ୮୩୨ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ଆକଳନରୁ ଜଣାପଡ଼ିଛି।ବର୍ତ୍ତମାନ ଉଦ୍ଧାର ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ ଚାଲିଥିଲେ ମଧ୍ୟ କେତେ ଲୋକ ନିଖୋଜ ହୋଇଛନ୍ତି, ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ନାହିଁ।। ତେବେ ମୃତକମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିବା ଇଣ୍ଡୋନେସିଆ ସରକାର କହିଛନ୍ତି।
Related Posts
About The Author