ନୂଆଦିଲ୍ଲୀ, ୨୩/୦୧/୨୦୨୨ (ସନ୍ଧାନ ନିଉଜ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ‘ହଲୋଗ୍ରାମ୍’ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ଗେଟ୍’ରେ ଉନ୍ମୋଚନ କରିଛନ୍ତି। ତେବେ ଏହି ପ୍ରତିମୂର୍ତ୍ତିର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ମା’ର ସାହସୀ ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ମୁଁ ତାଙ୍କୁ ପ୍ରଣାମ କରୁଛି। ଏହି ଦିନଟି ଐତିହାସିକ ଅଟେ।
ଏଇଠି ଆମେ ସମସ୍ତେ ଉପସ୍ଥିତ ଅଛେ ଏହା ମଧ୍ୟ ଐତିହାସିକ। ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ। ଏହି ଅବସରରେ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ନେତାଜୀ ଯିଏ ଅତ୍ୟନ୍ତ ଗର୍ବ, ଆତ୍ମବିଶ୍ୱାସ ଏବଂ ସାହସର ସହିତ ବ୍ରିଟିଶମାନଙ୍କ ଆଗରେ କହିଥିଲେ ଯେ ମୁଁ ସ୍ୱାଧୀନତା ପାଇଁ ଭିକ ମାଗିବି ନାହିଁ, ମୁଁ ଏହା ହାସଲ କରିବି। ଭାରତର ମାଟିରେ ପ୍ରଥମ ସ୍ବାଧୀନ ସରକାର ପ୍ରତିଷ୍ଠା କରିଥିବା ଆମର ସେହି ନେତାଜୀଙ୍କ ବଡ଼ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟରେ ଡିଜିଟାଲ୍ ଫର୍ମରେ ସ୍ଥାପନ କରାଯାଉଛି। ଖୁବ୍ ଶୀଘ୍ର ଏହି ‘ହଲୋଗ୍ରାମ୍’ର ସ୍ଥାନ ନେବ ଏକ ଗ୍ରେନାଇଟ୍ ପ୍ରତିମୂର୍ତ୍ତି




