ଭଦ୍ରକ,୨୯/୮ (ସନ୍ଧାନ ନିୟୁଜ): ଆସୁଛି ଗଣେଶ ପୂଜା । ଗଜାନନଙ୍କ ପୂଜାର୍ଚ୍ଚନା କରିବା ପାଇଁ ପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ଲାଗିପଡ଼ିଛନ୍ତି ସମସ୍ତେ । ଏହି ପୂଜା ପାଇଁ ଏବେଠାରୁ ଭଦ୍ରକ ସହର ସମେତ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଲାଣି । ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି ଜୋରଦାର । ଖାଲିଯେ ପୂଜା କମିଟି ନୁହନ୍ତି, ସ୍କୁଲ ଏବଂ କଲେଜ ମାନଙ୍କର ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସହ ମଧ୍ୟ ଦେଖିବାକୁ ମିଳୁଛି । ଛକ ବଜାର ମାନଙ୍କରେ ତୋରଣ ଏବେଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଯାହାକୁ ନେଇ ଗଣେଶ ମୂର୍ତ୍ତି କାରିଗରଙ୍କ ପାଖରେ ମନଲୋଭା ମୂର୍ତ୍ତି ପାଇଁ ଲାଗିଲାଣି ଲମ୍ବାଧାଡ଼ି । ଭଦ୍ରକ ସହରରେ ଜଣେ କାରିଗଣ ନୁହନ୍ତି, ଏକାଧିକ କାରିଗର ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ପୂଜା କମିଟି ଏବଂ ଛାତ୍ର/ଛାତ୍ରୀ ମାନେ କାରିଗରଙ୍କ ନିକଟରେ କିଛି କିଛି ବଇନା ଦେଇ ମୁର୍ତ୍ତି ତିଆରି ଚାଲିଛି । ଏହାଛଡ଼ା କିଛି ଯୁବସଂଗଠନ ମଧ୍ୟ ଲାଗିପଡ଼ିଛନ୍ତି ପ୍ରଭୁ ଗଜାନନଙ୍କୁ ପୂଜା କରିବା ପାଇଁ । ଏହି ସବୁ ସ୍ଥାନରେ ପୂଜା ପାଉଥିବା ମେଢ଼ ମାନଙ୍କ ମଧ୍ୟରେ କିଏ ବାଜି ମାରିବ ଏବଂ ଏକ ନମ୍ବର ହେବ ସେ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଏବର୍ଷ ସହରରେ ନୁଆନୁଆ ଡ଼ିଜାଇନ ଓ ଆକର୍ଶଣ ଗଣେଶ ମୂର୍ତ୍ତି ତିଆରି ହେଉଥିଲା ବେଳେ ରଙ୍ଗ ବେରଙ୍ଗ ଆଲୋକସଜ୍ଜାକୁ ଅଧିକ ଗୁରୁତ୍ତ୍ୱ ଦେଉଛନ୍ତି ଶ୍ରଦ୍ଧାଳୁ । ତେବେ ଗଣେଶ ପୂଜାକୁ ଆଖିଆଗରେ ରଖି ଏବେ କିଛି ବ୍ୟବସାୟୀ ମାନେ କଲିକତାରୁ ମଗାଇଛନ୍ତି ମୂର୍ତ୍ତି । ଏହି ମୂର୍ତ୍ତିରେ ଆକର୍ଶଣିୟ ରଙ୍ଗ ଦିଆଯାଇଥିଲା ବେଳେ ଚୁମ୍କି ଓ ବ୍ରୋଞ୍ଚରେ ସଜାଯାଇଛି । ଏହି ମୂର୍ତ୍ତର ଦାମ୍ ୧ଶହ ଟଙ୍କାରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରାଯାଉଛି । କଚେରୀ ଛକ ନିକଟରେ ଗଣେଶ ମୂର୍ତ୍ତି ବିକ୍ରୀ କରୁଥିବା ଲିପ୍ସା ପ୍ରୀୟଦର୍ଶନୀ ସାହୁ କୁହନ୍ତି, ଯେଉଁ ମାନେ ଅର୍ଡ଼ର ଦେଇ ମୁର୍ତ୍ତି ନିର୍ମାଣ କାନ୍ତି ସେମାନେ ସ୍ଥାନୀୟ କାରିଗରଙ୍କ ଉପରେ ନିର୍ଭର କରିବେ । ଅନେକ ଲୋକ ଅଛନ୍ତି ସେମାନେ ବାହାରୁ ଆସୁଥିବା ଆକର୍ଶଣୀୟ ଗଣେଶ ମୂର୍ତ୍ତି ନେଉଛନ୍ତି । ସେଥିପାଇଁ ଆମେ ସ୍ଥାନୀୟ ମୁର୍ତ୍ତି ସହ ବାହାରବି ମୁର୍ତ୍ତି ମଗାଉଛୁ । ଏହି ମୁର୍ତ୍ତିକୁ ଲୋକେ ସବୁଦିନ ଘରେ ରଖି ପୂଜାର୍ଚ୍ଚନା କରିପାରିବେ । ବିଶେଷ କରି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଟାନ ସମେତ କ୍ଲବ ମାନଙ୍କୁ ମିସାଇ ୫ଶହରୁ ଅଧିକ ମେଢ଼ ହେବ ବୋଲି ଜଣାଯାଇଛି ।
ଆସୁଛି ଗଣେଶ ପୂଜା :ମୂର୍ତ୍ତି ନିର୍ମାଣରେ ବ୍ୟସ୍ଥ କାରିଗର:କଲିକତା ମୂର୍ତ୍ତି ଦାମ ୨ହଜାର
|
August 29, 2019 |



