ଭୁବନେଶ୍ୱର, ୩୧/୦୧/୨୨(ସନ୍ଧାନ ନ୍ୟୁଜ): ଆଜି ଜାନୁଆରୀ ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ର ଅବଧି ଶେଷ ହେଉଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଜାନୁଆରୀ ଅପେକ୍ଷା ଫେବୃଆରୀ ମାସରେ କଟକଣାକୁ ସାମନ୍ୟ କୋହଳ କରାଯାଇଛି।
ପୂର୍ବ ଭଳି ସହରାଞ୍ଚଳ ଗୁଡିକରେ ନାଇଟ୍କର୍ଫ୍ୟୁ ବଳବତ୍ତର ରହିଛି ମାତ୍ର କର୍ଫ୍ୟୁର ସମୟ ବଦଳିଛି ଏଣିକି ରାତି ୧୦ ରୁ ଭୋର ୫ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳ ଗୁଡିକରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଜାନୁଆରୀ ମାସରେ ରାତି ୯ ଟାରୁ ଲାଗୁ ହେଉଥିଲା କର୍ଫ୍ୟୁ ।
ଅନ୍ୟପଟେ ଆଗକୁ ସରସ୍ୱତୀ ପୂଜା, ମାଘ ସପ୍ତମୀ ଭଳି ପୂଜା ରହିଥିବାରୁ ଏସବୁ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କେବଳ ରାଜ୍ୟର ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାଅନୁଷ୍ଠାନ ଗୁଡିକରେ ସରସ୍ୱତୀ ପୂଜା ପାଇଁ ଅନୁମତି ଦିଆଯାଇଛି ମାତ୍ର ପୂଜାରେ ସାମୁହିକ ଭୋଜିକୁ ବାରଣ କରାଯାଇଛି ।
ଏହାସହିତ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କୋଭିଡ୍ ପ୍ରୋଟୋକଲ ମଧ୍ୟରେ ସମସ୍ତ ସରକାରୀ ଚାଲିବାକୁ ଅନୁମତି ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏହି ଗାଇଡ୍ ଲାଇନ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ ।