ନୂଆଦିଲ୍ଲୀ,୭/୪ (ସନ୍ଧାନ ନିୟୁଜ) : ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ସୋମବାରଠାରୁ ସେନାରେ ସାମିଲ୍ ହେବାକୁ ଯାଉଛି ଦେଶର ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ ୧୫୫ଏମ୍ଏମ୍/୪୫ କ୍ୟାଲିବରେ ଟୋଡ୍ ଗନ୍ ସିଷ୍ଟମ। ଏହା ଏବେ ଭାରତୀୟ ସେନାରେ ସାମିଲ୍ ହେବାକୁ ପୂରାପୂରି ପ୍ରସ୍ତୁତ।
ଏ ସଂପର୍କରେ ଭାରତୀୟ ସେନାର ଆଡିସ୍ନାଲ ଡାଇରେକ୍ଟୋରେଟ ଜେନେରାଲ୍ ଅଫ୍ ପବ୍ଲିକ୍ ଇନ୍ଫର୍ମମେସନ୍ ପକ୍ଷରୁ ଏକ ଟ୍ଵିଟ୍ କରାଯାଇ ଲେଖାଯାଇଛି ଯେ ‘ଭାରତର ପ୍ରଥମ ସ୍ୱଦେଶୀ ରୂପରେ ଡିଜାଇନ୍ ଓ ବିକଶିତ ଧନୁଷ ୧୫୫ଏମ୍ଏମ୍/୪୫ କ୍ୟାଲିବରେ ଟୋଡ୍ ଗନ୍ ସିଷ୍ଟମ ଭାରତୀୟ ସେନାରେ ସାମିଲ୍ ହେବାକୁ ପ୍ରସ୍ତୁତ। ଏହାକୁ ଏପ୍ରିଲ୍ ୮ ତାରିଖରେ ଗୋଳାବାରୁଦ କାରଖାନା ବୋର୍ଡ(ଓଏଫ୍ବି) ଦ୍ୱାରା ଭାରତୀୟ ସେନାକୁ ପ୍ରଦାନ କରାଯିବ। ଧନୁଷକୁ ସମସ୍ତ ପ୍ରକାର ଅଞ୍ଚଳରେ ନିୟୋଜିତ କରାଯାଇ ପାରିବ।’



