ଆସନ୍ତା ୮ ରୁ ନବମ ଏବଂ ଏକାଦଶ ଶ୍ରେଣୀ ‌ ଖୋଲିବ ; ରାଜ୍ୟ ସରକାର

Spread the love

ବାରିପଦା, ୦୨.୦୨.୨୦୨୧(ସନ୍ଧାନ ନିଉଜ୍):- ଫେବୃଆରୀ ମାସର କରୋନା ଗାଇଡ୍‌ଲାଇନ୍‌ ଜାରି ପରେ ଆଜି ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଘୋଷଣା କରିଛନ୍ତି। କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ରାଜ୍ୟରେ ପ୍ରଥମ କରି ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ଶେଷ ସେମିଷ୍ଟାର ପାଇଁ ସ୍କୁଲ ଓ କଲେଜ୍ ଖୋଲା ଯାଇଥିଲା। ଏହା ପରେ ସରକାର ପର୍ଯ୍ୟାୟ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରସ୍ତୁତି କରିଛନ୍ତି। ଏହି କ୍ରମରେ ନବମ ଏବଂ ଏକାଦଶ ଶ୍ରେଣୀ ​‌ ଖୋଲିବା ନେଇ ରାଜ୍ୟ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି।​‌ ଆସନ୍ତା ୮ ତାରିଖରୁ ଖୋଲିବ ନବମ  ଏବଂ ଏକାଦଶ। ଏ ନେଇ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର।  ଏସଓପି ଅନୁଯାୟୀ ଫେବୃଆରୀ ୮ରୁ ଏପ୍ରିଲ ୩୦ ତାରିଖ ଯାଏ କ୍ଲାସ ଚାଲିବ। ଏହା ପୂର୍ବରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଶ୍ରେଣୀ ଖୋଲି ସାରିଛି। କରୋନା ଗାଇଡ୍‌ଲାଇନ୍ ଅନୁଯାୟୀ ପାଠପଢା ଜାରି ରହିବ। ଉଲ୍ଲେଖଯୋଗ୍ୟ, ଫେବୃଆରୀ କରୋନା ଗାଇଡ୍‌ଲାଇନ୍‌ରେ କେନ୍ଦ୍ର ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁମତି ଦେଇଛନ୍ତି।

Related Posts

About The Author

Add Comment