ଧର୍ମଶାଳା, ୧୨/୦୪ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ କଂଟିଗଡିଆ ପଂଚାୟତରେ ଆର୍ଶିବାଦ ଏଂଟର ପ୍ରାଇଜସ୍ ଏବଂ ଟ୍ରେଡରସ୍ ପକ୍ଷରୁ କରୋନା ସଚେତନତା ଏବଂ ରାସନ ସାମଗ୍ରୀ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଂଟପ୍ରାଇଜସର ପରିଚାଳକ ଅନିଲ କୁମାର ସାହୁଙ୍କ ପତ୍ୟକ୍ଷ ତତ୍ତବଧାନରେ ପଂଚାୟତର ସମସ୍ତ ଗରିବ ଅସହାୟ ଲୋକମାନଙ୍କ ଘରେ ଘରେ ପଂହଚି ସାବୁନର ବ୍ୟବହାର ସହିତ ବାହାରକୁ ଗଲେ ମାକ୍ସ ପିନ୍ଧିକି ଯିବା, ବାରମ୍ବାର ହାତ ଧୋଇବା, ସର୍ବପରି ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଏହି ପଂଚାୟତର ମୁଣ୍ଡାସାହି, ପିପଲିଡିହ, ପାଇକାରାପୁର, କଂଟିଗଡିଆ ସମେତ ପାଖଆଖ ଗ୍ରାମରେ ବାସକରୁଥିବା ଦିନମଜୁରିଆ, ଗରିବ, ଅସହାୟତ, ଭିନ୍ନକ୍ଷମ ଲୋକଙ୍କୁ ପ୍ରତ୍ୟକ ଦିନ ତାଙ୍କର ଟିମ୍ ଧରି ଘର ଘର ବୁଲି ବୁଝାଇବା ସହିତ ରାସନ ସାମଗ୍ରୀ ବଂଟନ କରି ସଚେତନତା ସୃଷ୍ଟି କରୁଛନ୍ତି । ଏହି କାର୍ଯ୍ୟରେ ୧୩ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନିରଂଜନ ରାଉତ ଏବଂ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ରହି ସଚେତନତା ସୃଷ୍ଟି କରିବା ସହିତ ରାସନ ସାମଗ୍ରୀ ବଂଟନ କରୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।
ଆର୍ଶିବାଦ ଏଂଟର ପ୍ରାଇଜସ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
|
April 12, 2020 |



