ଜେନାପୁର/୨୧/୦୫/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ଗ୍ରାମପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମରେ ଆଜିଠାରୁ ଆସନ୍ତା ୨୩ ତାରିଖ ସୋମବାର ପର୍ଯ୍ୟନ୍ତ ୩ ଦିନ ଧରି ମା ତାରିଣୀଙ୍କର ପଞ୍ଚମ ବାର୍ଷିକ ବିଶ୍ୱାଶାନ୍ତି ମହାଯଜ୍ଞ ବହୁ ଧୁମଧାମରେ ପାଳିତ ହେଉଅଛି । ପ୍ରତ୍ୟକ ବର୍ଷ ଏଠାରେ ବହୁ ଯାକଜମକରେ ମାଆଙ୍କର ଯଜ୍ଞଉତ୍ସବ ପାଳନ କରାଯାଇଥାଏ ଯେମିତିକି ଭଜନ କୀର୍ତ୍ତନ ସାଙ୍ଗକୁ ନାଚଗୀତ ସହ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଧୁମଧାମରେ ପାଳିତ ହୋଇଥାଏ ହେଲେ ଗତ ବର୍ଷ କରୋନା ମହାମାରିର ତୃତୀୟ ଲହର ଚାଲୁଥିବା ବେଳେ ସରକାରଙ୍କର କୋଭିଡ଼ ୧୯ ର ଗାଇଡ଼ ଲାଇନ ଅନୁଯାୟୀ କେବଳ ମାଆତାରିଣୀଙ୍କର ମହାଯଜ୍ଞ ରୀତିନୀତି ଅନୁଯାୟୀ ସାମାଜିକ ଦୂରତା ବଜାଇ ରଖି ସର୍ବଦା ମାକ୍ସ ବ୍ୟବହାର କରି ପାଳନ କରାଯାଇଥିଲା । ଚଳିତ ବର୍ଷ କରୋନା ମହାମାରୀ ନଥିବାରୁ ବହୁ ଧୁମଧାମରେ ଯଜ୍ଞଉତ୍ସବ ପାଳିତ ହେଉଛି । ପାଇକରା ପୁର ଗ୍ରାମର ସ୍ତ୍ରୀ ଲୋକମାନେ ଏକା ସାଙ୍ଗର ନୂତନ ବସ୍ତ୍ର ପରିଧାନ କରି ବ୍ରାହ୍ମଣୀ ନିଦିରୁ କଳସ ବୁଡାଇ ଗ୍ରାମ ଚତୃପାର୍ଷ ଭ୍ରମଣ କରି ମାଙ୍କ ମନ୍ଦିରକୁ ଆସି କଳସ ସ୍ଥାପିତ କରିଥିଲେ । ମାଙ୍କ ରୀତି ନୀତି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହେବ ବୋଲି ସେଠାକାର ପୂଜକ କୁହନ୍ତି । ଏବର୍ଷର ବିଶେଷ ଆକର୍ଷଣ ହେଉଛି ଯାତ୍ରା ସାଇ ମନ୍ଦିର ବିନା ମୂଲ୍ୟରେ ଦର୍ଶକଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ବେବସ୍ତା କରାଯାଇଛି । ତା ସାଙ୍ଗକୁ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ମ୍ୟାଜିକ୍ ,ନୃତ୍ୟ ପରିବେଷଣ ସାଙ୍ଗକୁ ମିନା ବଜାର ଦୋଳି ବହୁ ଛୋଟ ମୋଟ ଦୋକାନ ଶ୍ରଦ୍ଧାଳୁମାନଙ୍କ ମନ ମୋହିବ ।ପାଇକରାପୁର ଗ୍ରାମର ସମସ୍ତ ଯୁବକ ଓ ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମରେ ବହୁ ଶାନ୍ତି ସୁଙ୍ଖଳାରେ ଯଜ୍ଞଉତ୍ସବଟି ପାଳିତ ହେଉଅଛି ।
ଆରମ୍ଭ ହେଲା ପାଇକରା ପୁରର ମା ତାରିଣୀଙ୍କ ବିଶ୍ଵଶାନ୍ତି ଯଜ୍ଞଉତ୍ସବ
|
May 21, 2022 |




