ଆବାସ ଅପେକ୍ଷାରେ ସେବତୀ ଝାଟିମାଟି ଘରେ ବିତୁଛି ଜୀବନ

Spread the love

ଜେନାପୁର,୩୦/୦୯ (ସନ୍ଧାନ ନ୍ୟୁଜ୍) : ବୃନ୍ଦାଦେଈପୁର ପଞ୍ଚାୟତରେ ଆବାସ ଯୋଜନା ଫେଲ୍ ମାରିଛି । ପ୍ରକୃତ ହିତାଧିକାରୀ ଏଠାରେ ଘର ଖଣ୍ତେ ପାଇବା ତ ଦୂର କଥା ଥିଲା ବାଲାଙ୍କୁ ଆବାସ ଯୋଜନାରେ ସାମିଲ୍ କରାଯାଉଛି । ସୂଚନା ଥାଉ କି ଯାହା ବିଗତ ଦିନରେ ହୋଇଥିବା ଅନ୍ତର୍ଦୋୟ ଗୃହ ଯୋଜନାରେ ଅନିୟମିତତାରେ ୧୫ ହିତାଧିକାରୀଙ୍କୁ ଗୃହ ଦିଆଯାଥିଲା । ଅଭିଯୋଗ ପରେ ସେଥିରୁ ୮ ଜଣ ପ୍ରକୃତ ହିତାଧିକାରୀଙ୍କୁ ଗୃହ ଦିଆଯାଇଥିବା ବେଳେ ୭ ଜଣକୁ ବାଦ୍ ଦିଆଯାଇଥିଲା । କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ କିଛି ଲୋକଙ୍କ କାର୍ଯ୍ୟ ନିର୍ଦ୍ଦେଶ ଆସିଥିବା ବେଳେ କିଛି ଲୋକଙ୍କର ଭୂଇଁରୁ ଉଠିପାରୁନି ଘର । ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଘାଣ୍ଟି ହେଉଥିବା ଗରିବ ନିରାଶ୍ରୟଙ୍କ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ଅନ୍ତର୍ଦୋୟ ଗୃହ ଓ ଆବାସ ଯୋଜନା ପ୍ରଣୟନ ହୋଇଛି ସତ ବାସ୍ତବିକ ଚିତ୍ର ଦେଖିବାକୁ ଗଲେ ଓଲଟା । ଏହି ଯୋଜନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ମାତ୍ର କିଛି ସରକାରୀ ଅଧିକାରୀଙ୍କ ଆନ୍ତରିକ ମନୋଭାବ ଅଭାବ ପାଇଁ ଅଧିକାଂଶ ସ୍ଥାନରେ ଅନ୍ତର୍ଦୋୟ ଗୃହ ଓ ଆବାସ ଯୋଜନା ବିଫଳ ହେଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଗରିବ ହିତାଧିକାରୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେଉଥ‌ିବା ଜଣାପଡ଼ିଛି। ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ବୃନ୍ଦାଦେଈପୁର ଅନୁସୂଚିତ ବର୍ଗ ସେବତୀ ମଳିକଙ୍କ କ୍ଷେତ୍ରରେ ଘଟିଛି । ବୃନ୍ଦାଦେଈପୁର ଗ୍ରାମର ସେବତୀ ମଳିକ ସ୍ୱାମୀ ଅନନ୍ତ ମଳିକ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପତ୍ନୀ ଓ ପୁଅଝିଅ କୁ ନେଇ ତାଙ୍କର ପରିବାର। ସମ୍ପତି କହିଲେ ଅଳ୍ପ ପରିମାଣ ଚାଷ ଜମି ଥିଲା ବେଳେ ଝାଟିମାଟି ଘର ସାଙ୍ଗକୁ ଚାଳଛପର ଘରେ ବାକି ଜୀବନ ବିତୁଛି । ପ୍ରବଳ ବର୍ଷାରେ ଘର କାନ୍ଥ ଅତି ଦୟନିଅ ଅବସ୍ତାରେ ଥିଲା ବେଳେ କେତେବେଳେ ରାତ୍ରିରେ ଘର ଭୁଷିଡି ନ ପଡିବ କିଏ କହିପାରିବ । ଆର୍ଥିକ ଅଭାବରୁ ଦୀର୍ଘ ଦିନ ହେବ ଛପର ହୋଇପାରୁ ନଥିବାରୁ ଅଷାଢ଼ାଏ ବର୍ଷାରେ ଘର ପାଣିରେ ଲହଢି ଖେଳୁଛି I ଏହି ଖବର ପାଇଁ ଆରା ଆଇ ରାକେଶ ପଣ୍ତା ଅନୁସନ୍ଧାନ କରି ଏକ ଜରିପାଲ ଦେଇଛନ୍ତି । ଏପରି କ୍ଷେତ୍ରରେ ତାଙ୍କ ସ୍ୱାମୀ ଅନନ୍ତ ଜଣେ ଦିନ ମଜୁରିଆ କାମ କରି ଯାହା ରୋଜଗାର କରନ୍ତି ଆଜିକା ଦିନରେ ବଜାର ଚାହିଦା ଯାହା ପରିବାର ଚଳାଇବା ବହୁତ କଷ୍ଟ ହୋଇପଡୁଛି। ଝାଟିମାଟି ଚାଳଛପର ଗୃହକୁ ମରାମତି କରିବା ପାଇଁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ଘୋର ଅଭାବ ଦେଖାଦେଇଛି । ସରକାରୀ ସୁବିଧା କହିଲେ ମାତ୍ର ୨୦ କିଲୋ ରାସନ ଚାଉଳ ମିଳୁଛି । ଏଯାବତ୍ ପଞ୍ଚାୟତ ପ୍ରତିନିଧି ଓ ୱାର୍ଡମେମ୍ବର କୁ ଘର ପାଇଁ ବାରମ୍ବାର କହିଆସୁଥିଲେ ସୁଦ୍ଧା ଘର ପାଇବା ମୋ ପାଇଁ ଦିବାସ୍ୱପ୍ନ ହୋଇଯାଇଛି । ସେବତୀଙ୍କୁ ତୁରନ୍ତ ଆବାସ ଖଣ୍ତେ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଦାବୀ କରିଛନ୍ତି ।

 

Related Posts

About The Author

Add Comment