ରାଉରକେଲା, ୦୩/୦୬ (ସନ୍ଧାନ ନିଉଜ): ନୟାଡେରାର ଟୁଙ୍ଗୁରିଟୋଲା ଠାରେ ଥିବା ସିଦ୍ଧ,କାହ୍ନୁ ଯୁବକ ସଂଘ ପରିସରରେ ଆଦିବାସୀଙ୍କ ସଂଗ୍ରାମ ଦିବସ ହୁଲ୍ ମାହା ସାମାଜିକ ଦୂରତାକୁ ଅବଲମ୍ବନ କରି ପାଳିତ ହୋଇ ଯାଇଛି । ଏହି ଦିନରେ ବୀର ସିଦ୍ଧ ମୁର୍ମୁୁ, କାହ୍ନୁ ମୁର୍ମୂ, ଚାନ୍ଦ ମୁର୍ମୁ, ଭାଇରବ ମୁର୍ମୁ, ଫୁଲ ଏବଂ ଝାନ ମୁର୍ମୁ ମାନେ ନେତୃତ୍ୱ ନେଇଥିଲେ । ଉକ୍ତ ସଂଗ୍ରମା ୧୮୫୫ ମସିହା ଜୁନ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିଲା । ଏହି ପରିପେକ୍ଷୀରେ ଆୟୋଜିତ ଏକ ନିରାଡମ୍ବର ସଭାରେ ଗାଁ ମୁଖିଆ ଧାନ କିସକୁ, ପୂଜକ ବିପୋୟ କୁମାର ବାସ୍କେ, ଗ୍ରାମ ବାସିନ୍ଦା ମାନଙ୍କ ମଧ୍ୟରେ ସାଲୁଖ ମୁର୍ମୁ, ଖେଲା ହେମ୍ବ୍ରମ, ଗତୀ ହାସଁଦା, କାଲେୟାନ ନାଥ ସରେନ ଓ ଅନ୍ୟ ଲୋକମାନେ ଉପସ୍ଥିତ ରହି ସଭାକୁ ସଫଳ ମଣ୍ଡିତ କରିଥିଲେ । ସୁଦାମ ଟୁଡୁ ଏବଂ ବୟଦ ନାଥ ହେମ୍ବ୍ରମ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।
ଆଦିବାସୀଙ୍କ ସଂଗ୍ରାମ ଦିବସ ‘ହୁଲ୍ ମାହା’ ପାଳିତ
|
July 3, 2020 |
