Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଆଦିବାସୀ ମହିଳାଙ୍କ ଶବକୁ ବୋହିଲାନି ଶବ ବାହକ ଗାଡି : କାନ୍ଧରେ ଗଲା ଶବ ଆଦିବାସୀ ମହିଳାଙ୍କ ଶବକୁ ବୋହିଲାନି ଶବ ବାହକ ଗାଡି : କାନ୍ଧରେ ଗଲା ଶବ Manas Kumar Rout | January 7, 2019 | Spread the love19 19Shares ମୟୁରଭଞ୍ଜ, ୭/୧ (ସନ୍ଧାନ ନିୟୁଜ) ଆଦିବାସୀ ମହିଳାଙ୍କ ଶବକୁ ମିଳିଲାନି ସମ୍ମାନ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅସହଯୋଗ ପାଇଁ ଅସମ୍ମାନୀତ ହେଲା ମୃତ ମହିଳାଙ୍କ ଶବ। ସହଯୋଗ କଲେନି ଡାକ୍ତରଖାନା କତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ। ଏଭଳି ସ୍ଥିତିରେ ହତାଶ ହୋଇ କାନ୍ଧରେ ବୋହିଲେ ଶବ। ଶବକୁ ମିଳିଲାନି ସରକାରୀ ମହାପ୍ରୟାଣ କି ସ୍ୱର୍ଗରଥ ଗାଡି। ନିରୁପାୟ ଆଦିବାସୀ ପରିବାର ୫୦୦ମି କାନ୍ଧରେ ବୋହିଲେ ମହିଳାଙ୍କ ଶବ। ଅର୍ଥଶୁନ୍ୟ ଅସହାୟ ଆଦିବାସୀ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସହଯୋଗ ପାଇଁ ହାରି ଗୁହାରୀକରି ହୋଇଥିଲେ ହତାଶ। ବାଧ୍ୟ ହୋଇ ଶେଷରେ ଡାକ୍ତରଖାନାରୁ କାନ୍ଧରେ ବୋହିଲେ ଶବ। ଗୋଟେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଛି ଯୋଜନା। ଅନ୍ୟପଟେ ମୃତକଙ୍କ ଶବ ଡାକ୍ତରଖାନାରୁ ସମ୍ମାନଜନକ ଭାବେ ନେବାପାଇଁ ଯୋଗାଇ ଦିଆଯାଉ ନାହିଁ ଶବବୁହା ଗାଡ଼ି। ଡାକ୍ତରଖାନାରେ ମୃତ୍ୟୁର ୧୨ ଘଣ୍ଟା ପରେବି ମହାପ୍ରୟାଣ କିମ୍ବା କୌଣସି ଗାଡ଼ି ପରିବାର ଲୋକେ ନ ପାଇବାରୁ କାନ୍ଧରେ ବୋହିନେବା ବେଳେ ଥକିପଡି ରାସ୍ତାରେ ଶବକୁ ରଖିଥିବା ସମୟରେ କେତେକ ସାମାଜିକ କର୍ମୀଙ୍କ ନଜରରେ ପଡିଥିଲା ଏହି ଅଭାବନୀୟ ଘଟଣା। ଅସହାୟ ଗରିବ ପରିବାର ମୁହଁରୁ ଦୁଃଖ କାହାଣୀ ଶୁଣିବା ପରେ ସେମାନେ ଏକ ଅଟୋ ଭଡାକରି ଶବକୁ ସମ୍ମାନର ସହ ପଠାଇଥିଲେ। ଯାହା ସରକାରୀ ବ୍ୟବସ୍ଥା ପ୍ରତି ଲଜ୍ଜା ଓ ଉପହାସ ପାଲଟିଛି। ଘଟଣା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ପାଞ୍ଚପିଢ଼ ଉପଖଣ୍ଡ ଶୁକୁଳି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ, ୨ ଦିନ ପୂର୍ବରୁ ସୁମିତ୍ରା ହେମ୍ବ୍ରମ ନାମକ ମହିଳା ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାରଦିନ ସକାଳ ୮ ଘଟିକା ସମୟରେ ମୃତ୍ୟୁ ହୋଇଥିଲା। ହେଲେ ଶବକୁ ନେବା ପାଇଁ ପରିବାର ପାଖରେ ଟଙ୍କାଟିଏ ମଧ୍ୟ ନ ଥିବାରୁ ସହଯୋଗ ଆଶାରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଏ ଦୁଆର ରୁ ସେ ଦୁଆର ଦୌଡ଼ି ଦୌଡ଼ି କୌଣସି ସାହାଯ୍ୟ ନ ପାଇ ହତାଶ ହୋଇ ଶେଷରେ ବାଧ୍ୟହୋଇ ବାପ ପୁଅ ମିଶି ଶବକୁ କାନ୍ଧରେ ବହି ନେଉଥିବା ବେଳେ ଦୁଇଜଣ ସାମାଜିକ କର୍ମୀ ଦେଖି ଶବକୁ ଅଟକ ରଖି ଏକ ଅଟ ଭଡା କରି ଗ୍ରାମକୁ ପଠାଇ ଥିଲେ। ତେବେ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏତେ ସବୁ ଯୋଜନା କରିଥିଲେ ଥିଲେ ମଧ୍ୟ ଏହା କାହା ପାଇଁ ଯଦି ମୃତ୍ୟୁର ବାର ଘଣ୍ଟା ପରେ ବି ଏକ ନିଃସହାୟ ପରିବାର ଶବକୁ ଚିକିତ୍ସାଳୟରୁ ନେଇ ନ ପାରି କାନ୍ଧରେ ବୋହିନେବା ଭଳି ଘଟଣା ଅତ୍ୟନ୍ତ ଲଜ୍ଜା ଏବଂ ଦୁଃଖଦ ଘଟଣା। ଯାହା ସରକାରୀ ଯୋଜନା ପ୍ରତି ଉପହାସ ପାଲଟିଛି। Report- Dipak Mohanta 19Shares Related Posts ତେଲିଗଡରେ ପାନୀୟ ଜଳର ସମସ୍ୟା: ପିଇବାକୁ ପଡୁଛି ଗୋଳିଆ ପିଣି, ପାଣି ପାଇ ଚାଲିବାକୁ ପଡୁଛି କୋଷ କୋଷ ବାଟ May 28, 2018 | Santosh Rout | ଅଧିକ ପଢନ୍ତୁ ସ୍ମୃତି ସ୍ତମ୍ଭରୁ ଟାଇଲ୍ ଉଭାନ୍ : ପ୍ରଶାସନ ନୀରବ September 30, 2020 | Sandhan News | ଅଧିକ ପଢନ୍ତୁ ଅବକାରୀ ବିଭାଗର ଚଢାଉ, ଦେଶୀ ମଦ ଜବତ ସହ 2 ଗିରଫ December 24, 2020 | 2005lindadavis1989 | ଅଧିକ ପଢନ୍ତୁ କାଳିଆ’ ପରେ ‘ବଳରାମ’: ଚାଷୀକୂଳଙ୍କ ପାଇଁ ନୂତନ ଆଶାର କିରଣ July 4, 2020 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ତେଲିଗଡରେ ପାନୀୟ ଜଳର ସମସ୍ୟା: ପିଇବାକୁ ପଡୁଛି ଗୋଳିଆ ପିଣି, ପାଣି ପାଇ ଚାଲିବାକୁ ପଡୁଛି କୋଷ କୋଷ ବାଟ May 28, 2018 | Santosh Rout | ଅଧିକ ପଢନ୍ତୁ