କଟକ, ୨୯/୧୧/୨୦ (ସନ୍ଧାନ ନିଉଜ) : ବିବେକାନନ୍ଦ ଯୁବ ସଂସଦ ତରଫରୁ ୨୪ତମ ଇ-ପାଠ୍ୟଚକ୍ର, ୨୯ ନଭେମ୍ବର ଅପରାହ୍ନ ୩.୦୦-୪.୩୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଜାଇଛି ।ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ଅନ୍ତୋଦୟ ଅନୁଷ୍ଠାନ, କଳାହାଣ୍ତି ର ଚେୟାର୍ ମ୍ୟାନ୍ ଶ୍ରୀ ଦିଲିପ କୁମାର ଦାସ ।ସେ ତାଙ୍କ ଅଭିଭାଷଣରେ ଆଦିବାସୀ ଅଞ୍ଚଳରେ ସରକାରୀ ଯୋଜନା ଏକଂ ବିକାଶ କିଭଳି ଉଦାସୀନ ଅବସ୍ଥାରେ ପଡିରହିଛି ଏବଂ ତାହାର ସମାଧାନ କିଭଳି କରାଯାଇ ହବ ସେହି ବିଷୟରେ ମତରଖିଥିଲେ । ଆଜୀବନ ସଦସ୍ୟ ଡ. ଶିବ ଶଙ୍କର ସାହୁ ଏଥିରେ ପୌରୋହିତ୍ୟ କରିଥିବା ସ୍ଥଳେ ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବସଂସଦର ବରଗଡ ଜିଲ୍ଲା ସଂଯୋଜିକା ସୁଶ୍ରୀ ରଞ୍ଜୁଲତା କହଁର। ପ୍ରାରମ୍ଭରେ ସୁଶ୍ରୀ ଅହଲ୍ୟା ଗୋଚ୍ଛାୟତ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ଶେଷରେ ସମବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା । ଯୁବସଂସଦ ପରିଚାଳନା ସମିତିର ଶାବେରୀ ଦଳର ସନ୍ଦିପ କୁମାର ପଣ୍ତା ଏବଂ ସତ୍ୟସ୍ନିଗ୍ଧା ପ୍ରିୟଦର୍ଶୀନି ସଭା ପରିଚାଳନା କରିଥିଲେ ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ସହ ଆବାହକ ଶ୍ରୀ ବିଶ୍ୱେଶର ମହାପାତ୍ର । ଆଗାମୀ ରବିବାର ଆଦର୍ଶ ଗ୍ରାମ : ସ୍ୱପ୍ନ ଓ ଆହ୍ୱାନ ଶୀର୍ଷକରେ ୱେବିନାର୍ ଆୟୋଜିତ ହେବ ବୋଲିଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି ।
ଆଦିବାସୀ ଅଞ୍ଚଳରେ ଜମି ଅଧିକାର ଏବଂ ଜିବିକା ବିଷୟକ ୱେବିନାର୍ ଆୟୋଜିତ*
|
November 29, 2020 |



