ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ପାଳିତ
ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ପାଳିତ
Manas Kumar Rout |
August 8, 2019 |

ରାଉରକେଲା,୮/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ଓଡିଆ ଭାଷା ବିକାଶ ମଂଚଞ୍ଚ ଓ ଓଏସ୍ଏପି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପଣ୍ଡିତଙ୍କଜୀବନୀ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଓଡିଶାରେ ସମାଜସେବା, ରାଜନୀତି, ଶିକ୍ଷା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଆଜୀବନ ନିଷ୍ଠାର ସହ କାର୍ଯ୍ୟକରି ସେ ଜନତାଙ୍କ ନାୟକ ସାଜିଥିଲେ । ତାଙ୍କ ନେତୃତ୍ୱ, କର୍ମନିଷ୍ଠା, ସମାଜସେବା ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ । ତାଙ୍କ ଲିଖିତ କୋଣାର୍କ ତାଙ୍କୁ ଚିରକାଳ ଅମର କରି ରଖିଛି ଓ ରଖିଥିବା । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ନୀଳକଣ୍ଠଙ୍କ ଜୀବନୀ ଉପରେ ଆଲୋକପାତ କରି କହିଲେ ଯେ, ଜାତୀୟତାର ସ୍ୱାଭିମାନ ଓ ସ୍ୱାଧୀନତାର ପ୍ରାଣ ପ୍ରତିଷ୍ଠା ପାଇଁ ପଣ୍ଡିତ ଆଜୀବନ ସଂଘର୍ଷ କରି ଆସିତôଲେ । ତାଙ୍କ କଥାରେ, ଲେଖାରେ ଏବଂ ବକ୍ତୃତାରେ ଏକ ବହୁମୁଖୀ ପ୍ରତିଭା ପ୍ରତିଫଳିତ ହୋଇଥିଲା । ସେ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟ ଗବେଷକ ଓ ସମୀକ୍ଷକ । ଓଡିଆ ସମାଲୋଚନା ସାହିତ୍ୟ ମଧ୍ୟରେ ଲାବଣ୍ୟବତୀ କାବ୍ୟ, ଫକୀର ମୋହନ ଓ ଓଡିଆ ଉପନ୍ୟାସ ଇତ୍ୟାଦି ତାଙ୍କ ସାରସ୍ୱତ ପ୍ରତିଭାର ମୂଲ୍ୟାୟନ କରେ । ସବୁଠାରୁ ବଡକଥା ହେଲା ଶିଶୁ, ପଲ୍ଲୀ ଚେତନା, ଜନତା ଓ ବୁଦ୍ଧିଜୀବୀ ଏହିପରି ସବୁ ବର୍ଗର ଲୋକଙ୍କ ପାଇଁ ନୀଳକଣ୍ଠ ସାହିତ୍ୟ ରଚନା କରି ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିପାରିଛନ୍ତି । ପ୍ରାରମ୍ଭରେ ସଭାପତି ପ୍ରଧାନ ଶିକ୍ଷକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ନାୟକ ନୀଳକଣ୍ଠଙ୍କ ସ୍ମୃତିଚାରଣ କରି କହିଲେ ଯେ, ପଣ୍ଡିତ ଅସୀମ ମନୋବଳ ଓ କଠୋର ଅଧ୍ୟବସାୟ ଯୋଗୁ ସେ ଶିଖରରେ ପହଞ୍ଚôପାରିଥିଲେ । ସେ ଥିଲେ ଜଣେ ସଂସ୍କାରକ । ତେଣୁ ବ୍ୟକ୍ତି ଠାରୁ ସେ ନୀତିକୁ ବେଶୀ ଗୁରୁତ୍ୱ ଦେଉଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମାକାନ୍ତ କରଣ ପଣ୍ଡିତ ନୀଳକଣ୍ଠଙ୍କୁ ଏକ ଅଂହକାରଶୂନ୍ୟ ବ୍ୟକ୍ତି ଭାବେ ଅଭିହିତ କରି ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରୀ ଅର୍ପିତା ବେହେରା, ଶାଳିନୀ ନାୟକ ଓ ପ୍ରଦୁ୍ୟମ୍ନ ଜେନା ପଣ୍ଡିତଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତରଦାତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ପରିଚାଳନାରେ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସ୍ୱାଇଁ, ବିକାଶ ଚନ୍ଦ୍ର ମହାନ୍ତି, ପ୍ରତାପ କୁମାର ପ୍ରଧାନ, ଅବଳା ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ବିଜୟଲକ୍ଷ୍ମୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
Related Posts
About The Author