ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳିକାର ମୃତ୍ୟୁ

Spread the love

ଧର୍ମଶାଳା, ୨୧/୯( ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ଥାନା ଦେଓଦା ପଞ୍ଚାୟତ ଚଇନିହୁଡା ଅଂଚଳରେ ଜୈନିକା ନାବାଳିକା ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସା ଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।ଗତ ସୋମବାର ଦିନ ନାବାଳିକା ଓ ତାଙ୍କ ନାବାଳକ ବନ୍ଧୁ ନିଜ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ପାରିବାର ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାକୁ ନେଇଯାଇଥିଲେ।ଉଭୟ ଚିକିତ୍ସା ଧୀନ ଅବସ୍ଥାରେ ଥିବା ବେଳେ ଆଜି ନାବାଳିକାଙ୍କର ମୃତ୍ୟୁ ହୋଇଯାଇଛି। ନାବାଳକ ବନ୍ଧୁ ଚିକିତ୍ସାଧୀନ ଅଛନ୍ତି।ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।

Related Posts

About The Author

Add Comment