ଆଠଗଡ ବ୍ଲକ୍ କାର୍ଯ୍ୟାଳୟ ଉପରକୁ ବୋମାମାଡ

Spread the love

ଆଠଗଡ଼, ୭/୬/୧୮ (ସନ୍ଧାନ ନିୟୁଜ୍/ପ୍ରକାଶ ରାଉତ)- କଟକ ଜିଲ୍ଲାର ଆଠଗଡ ସବଡିଭିଜନର ବିଭିନ୍ନ ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନାହିଁ ଓ ସରକାରୀ ଯୋଜନାଗୁଡ଼ିକରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବାରୁ ସେଗୁଡିର ତଦନ୍ତ ଦାବିରେ ଆଠଗଡ଼ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା  । ଧାରଣାକାରୀଙ୍କ ସହ ଆଲୋଚନା କରାଯାଉଥିବା ସମୟରେ କିଛି ଦୁର୍ବୃତ ବାଇକରେ ଆସି ବ୍ଲକ୍ କାର୍ଯ୍ୟାଳୟ ଉପରକୁ ୩ଟି ହାତବୋମା ଫୋପାଡ଼ି ପଳାଇଥିବା ଥିବା ଅଭିଯୋଗ ହୋଇଛି  । ବୋମାଗୁଡ଼ିକ ବ୍ଲକ୍ କାର୍ଯ୍ୟାଳୟ ପରିସରର ଖୋଲାସ୍ଥାନରେ ପଡ଼ିବା ପରେ ବିସ୍ଫୋରଣ ହୋଇଥିଲା  । ଏଥିରେ କାର୍ଯ୍ୟାଳୟ କିମ୍ବା ଲୋକଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି  ।

ଏହା ସ୍ଥାନୀୟ ବିଧାୟକଙ୍କ ସମର୍ଥକଙ୍କ କାର୍ଯ୍ୟ ବୋଲି ଅଭୟ ବାରିକ ଅଭିଯୋଗ କରିଥିବା ବେଳେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଏହି ଘଟଣା ପରେ ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି  ।

Related Posts

About The Author

Add Comment