ନୂଆଦିଲ୍ଲୀ , ୨୩/୦୩ (ସନ୍ଧାନ ନିୟୁଜ): ଶହୀଦ ଦିବସ ଅବସରରେ ଶହୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଶହୀଦ ଦିବସରେ ଭାରତ ମାତାର ମହାନ ସୁପୁତ୍ର ବୀର ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ କୋଟି କୋଟି ପ୍ରଣାମ। ରାଷ୍ଟ୍ର ଉଦ୍ଦେଶ୍ୟରେ ସେମାନଙ୍କର ବଳିଦାନକୁ ଦେଶ ସର୍ବଦା ମନେ ପକାଇବ। ଜୟ ହିନ୍ଦ। ପ୍ରତି ବର୍ଷ ମାର୍ଚ୍ଚ 23ରେ ସାରା ଦେଶରେ ଶହୀଦ ଦିବସ ପାଳନ କରାଯାଏ। ଭାରତରେ ଇଂରେଜମାନଙ୍କୁ ବିତାଡ଼ିତ କରିବାକୁ ଆଜିର ଦିନରେ ଭଗତ ସିଂହ, ସୁଖଦେବ ଓ ଜୟୀ ରାଜଗୁର ହସିହସି ଫାଶୀ ଦଉଡ଼ିକୁ ବରଣ କରିଥିଲେ। ଏହି ତିନି ଜଣ ମହାନ ଦେଶପ୍ରେମୀଙ୍କ ଫାଶୀ ଦିବସ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଏହି ମହାନ ମନିଷିଙ୍କ ବଳିଦାନ ଦିବସକୁ ଶହୀଦ ଦିବସ ରୂପରେ ପାଳନ କରାଯାଏ।
शहीद दिवस पर मां भारती के महान सपूत वीर भगत सिंह, सुखदेव और राजगुरु को कोटि-कोटि नमन। देश के लिए उनका बलिदान कृतज्ञ राष्ट्र सदा याद रखेगा। जय हिं