ବାଲିଗୁଡା,21/10( ସନ୍ଧାନ ନ୍ୟୁଜ୍):- ପାର୍ବଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାର ବିଭିନ୍ନ ଥାନା ତତ୍ପର ହୋଇ ଉଠିଛନ୍ତି। ଏଭଳି ସ୍ଥଳେ କ.ନୂଆଗାଁ ପୁଲିସ୍ ଗଞ୍ଜେଇ ସହିତ ୨ ଜଣକୁ ଗିରଫ କରିଥିବା ବେଳେ ରାଇକିଆ ପୁଲିସ୍ ମଦ ସହିତ ଜଣକୁ ଗିରଫ କରିଛି। ମିଳିଥିବା ସୂଚନା ପ୍ରକାରେ, ସବୁଦିନ ପରି ଆଜି ମଧ୍ୟ କେ.ନୂଆଗାଁ ପୁଲିସ୍ ଯାନ ବାହାନ ତନଖୀ ଚଳାଇଥିବା ବେଳେ ସେହି ବାଲିଗୁଡ଼ା-କ.ନୂଆଗାଁ ରାସ୍ତାଦେଇ ଆସୁଥିବା ଏକ ବାଇକ୍କୁ ତନଖୀ ବେଳେ ଉକ୍ତ ବାଇକ୍ରେ ଚୋରରେ ଚାଲାଣ ହେଉଥିବା ୮ କେଜି ଗଂଜେଇ ପୁଲିସ୍ ଜବତ କରିବା ସହିତ ଏହି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇଜଣ ହେଲେ ବାଲିଗୁଡ଼ା ନୂଆସାହି ଅଞ୍ଚଳର ପ୍ରଭାତ ଗୌଡ଼(୨୫) ଓ ବାଲିଗୁଡ଼ା ବଜାର ସାହିର ଦେବାଶିଷ୍ ପାଢୀ(୨୨) ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ୍ ସୂଚନା ଦେଇଛନ୍ତି। ଏନେଇ କେସ ନଂ ୬୧/୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି l ସେହିଭଳି ରାଇକିଆ ପୁଲିସ୍ ଆଜି ଅଚାନକ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ବେଆଇନ ଭାବେ ଘରେ ରଖି ଚଢାଦରରେ ବିକ୍ରି କରୁଥିବା ଜଣେ ବିଦେଶୀ ମଦ ବ୍ୟବସାୟୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ଅଞ୍ଚଳର ଜୁବରାଜ ମଲିକ। ତାହାଠାରୁ ପୁଲିସ୍ ୩୪ଟି ବିୟର୍ ବୋତଲ ଜବତ କରିବା ସହିତ କେସ ନଂ ୭୪/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି।
ଆଗକୁ ପାର୍ବଣ : ପୁଲିସ୍ର ଘନ ଘନ ଚଢାଉ: ଏପଟେ ଗଞ୍ଜେଇ ଜବତ, ସେପଟେ ମଦ
|
October 22, 2020 |



