ଯାଜପୁର ସଦର,୧୫ା୦୩(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଗୋପାଲପୁର ଛକ ୧୬ନଂ ଜାତୀୟ ରାଜପଥ କଡ଼ରେ ଏକ ଟଲ୍ିରେ ଆଖୁରସ ବିକୁଥିବା ବେଳେ, ଏକ ଲୁହାଗୁଣ୍ଡ ବୋଝେଇ ୧୦ ଚକିଆ ଟ୍ରକ୍ ଦୃତ ଗତିରେ ମାଡ଼ି ଆସିବାରୁ ଦୁଇଜଣ ମହିଳା ଦୁଇଜଣ ପୁରଷ ଗୁରୁତର ଆହତ ହୋଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ସେମାନଙ୍କ ମଧ୍ୟ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୂ ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନା କୁ ଚିକିତ୍ସାପାଇଁ ନିଆଯାଇଥିଲା । ଆହତ ହୋଇଥିବା ଲୋକମାନଙ୍କ ମଧ୍ୟ୍ୟରେ ବଡ଼ଚଣା ବ୍ଲକ୍ ପଥୁରା ଗ୍ରାମର ୩ ଜଣ ଲୋକ ବନ୍ଧୁଘରକୁ ଆସିଥିବା ବେଳେ, ପ୍ରଥମାଖଣ୍ଡି ପଂଚାୟତର ଦାମଦରପୁର ଗ୍ରାମକୁ ବନ୍ଧୁଘରକୁ ଆସିଥିଲେ । ବାଇକରେ ସେମାନେ ଘରକୁ ଯାଉଥିବା ବେଳେ, ସେମାନେ ବାଇକ୍ ରଖି ଆଖୁ ରସ ପିଇବା ପାଇଁ ଯାଇଥିା ବେଳେ, ଏହି ସମୟରେ ଚଣ୍ଡିଖୋଲ ଆଡ଼କୁ ଏକ ଲୁହାଗୁଣ୍ଡ ବୋଝେଇ ଟ୍ରକ୍ ଯାଉଥିବା ବେଳେ, ଦୃତ ଗରିରେ ଆସି ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଯାହାଫଳରେ ଟ୍ରକ୍ ଧକ୍କା ଦେବାରୁ ୨୦ଫୁଟ୍ ଉପରୁ ରାସ୍ତା କଡ଼କୁ ଖସି ପଡ଼ିଥିଲେ । ଗୁରୁତର ଆହାତ ହେବାରୁ ସେମାନଙ୍କୁ ଧର୍ମଶାଳା ମେଡିକାଲକୁ ନିଆଯାଇଥିଲା । ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ବଡ଼ଚଣା ଗ୍ରାମର ଦିଲ୍ଲିପ ଦଳେଇ, ତରା ଦଳେଇ(୩୦) ଧର୍ମଶାଳା ବ୍ଲକ୍ କନ୍ତରା ଗ୍ରାମର ସୁମୀ ଦଳାଇ(୩୫) ଆଖୁରସ କରୁଥିବା ବ୍ୟକ୍ତି ମାନସ ଦଳେଇ ବୋଲି ଜଣାଯାଇଚି । ଟ୍ରକ୍ ମାଡ଼ରେ ଆଖୁରସ ଟଲି ଚୁରମାର ହୋଇଯାଇଚି । ଖବର ପାଇ ଘଟଣା ସ୍ଥଳରେ କୁଆଖିଆ ଥାନା ଅଧିକାରୀ ମନୋଜ ସ୍ୱାଇଁ, ଏସ୍.ଆଇ ଆର କେ ଦାସ ପହଁଞ୍ôଚ ତଦନ୍ତ କରି ଟ୍ରକ୍ ଓ ବାଇକ୍ କୁ ପୋଲିସ ଜବତ କରିଥିବା ଜଣାଯାଇଚି ।
ଆଖୁ ରସ ପିଉଥିବା ଟ୍ରକ୍ ମାଡ଼ିଯିବାରୁ ୪ଜଣ ଗୁରୁତର
|
March 16, 2021 |