ଆଖଣ୍ଡଳମଣିଙ୍କ ଭଣ୍ଡାରଘରେ ଅଗ୍ନିକାଣ୍ଡ

Spread the love

ଆରଡି,୧୫/୧୧ (ସନ୍ଧାନ ନିୟୁଜ) ଭଦ୍ରକ ଜିଲା ଆରଡ଼ିସ୍ଥିତ ଆଖଣ୍ଡଳମଣିଙ୍କ ଭଣ୍ଡାରଘରେ ନିଆଁ ଲାଗି ଦିଅଁଙ୍କ ଅଳଙ୍କାର ସହ ସମସ୍ତ ଆସବାପତ୍ର, ପୂଜାବାସନ ଆଦି ଜଳିପୋଡି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ, ଦୈନଦିନ ପରି ଗୁରୁବାର ରାତ୍ର୧୧ଟା ସୁଧା ସମସ୍ତ ନୀତିକାନ୍ତି ସରିବା ପରେ ସେବାକାରୀମାନେ ପହୁଡ ଦେଇ ଯାଇଥିଲେ। ହେଲେ ରାତ୍ର ପ୍ରହରା ଦେଉଥିବା ସିକୁରିଟ ୨ଜଣ ବିଳମ୍ବିତ ରାତିରେ ଆଖଣ୍ଡଳମଣିଙ୍କ ଭଣ୍ଡାରଘରୁ ପ୍ରବଳମାତ୍ରାରେ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ଖବର ମନ୍ଦିର ସହ ପରିଚାଳକଙ୍କୁ ଜଣାଇବା ସହ ନିଆଁକୁ ଆୟତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରିପାରି ନ ଥିଲେ। ମଣିବାବାଙ୍କର ସମସ୍ତ ଅଳଙ୍କାର ସହ ଆସବାପତ୍ର , ବାସନ ଆଦି ଲକ୍ଷାଧିକ ଟଙ୍କା ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଧାମନଗର ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର ହୋଇ ପାରିନଥିଲା।

Report- R Nayak

Related Posts

About The Author

Add Comment