ଯାଜପୁର ସଦର, ୨୩/୦୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ୍ର ହରିଦାସପୁର ପଞ୍ଚାୟତର ପ୍ରଥମ ରଙ୍ଗମହଲ ଦେଖିବାକୁ ମିଳିଥିବା ବେଳେ, ଦ୍ୱିତୀୟ ରଙ୍ଗମହଲ ସେହି ଧର୍ମଶାଳା ବ୍ଲକ୍ର ବାହୁବଳି ନେତାଙ୍କର ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ସେହ ଧର୍ମଶାଳା ବ୍ଲକ୍ର ଅଭିଯୁକ୍ତ ସତ୍ୟନାରାୟଣ ସାମଲ ଏକ ବିୟୁଟି ପାର୍ଲର ଖୋଲି ପାର୍ଲରେ ଚାକିରୀ ଲୋଭ ଦେଖାଇ ଅନୈତିକ କାର୍ଯ୍ୟ ଚଳାଇ ଥବା ଜଣାଯାଇଚି । ଅଭିଯୁକ୍ତର ଭିଣୋଇ ଜଣେ ପୋଲସି ହୋଇଥିବା ବେଳେ, ସେହି ଧର୍ମଶାଳା ଥାନାରେ ଅଭିଯୁକ୍ତ ର ଭଉଣୀ କନେଷ୍ଟବଳ ଥିବା ଜଣାଯାଇଚି । ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ) ଧର୍ମଶାଳା ପୋଲିସ ଗିରଫ କରିଥିବା ବେଳେ, ବ୍ୟବହାର କରୁଥିବା ସ୍କର୍ପିଓ ଗାଡ଼ିକୁ ପୋଲିସ ଜବତ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଜଣେ ଦଳିତ ନାବାଳିକାକୁ ଅପହରଣ କରି ନେଇ ରାସ୍ତା କଡ଼ରେ ଫୋପାଡ଼ି ଦେବା ଘଟଣା ଧର୍ମଶାଳାରେ ଚହଳ ସୃଷ୍ଟି କରିଚି । ଏହି ରଙ୍ଗମହଲ ବିରାଟ ଅଟ୍ଟାଳିକା ଗୋଚର ଜମିରେ ହୋଇଥିବା ବେଳେ, ଏହା ମାଲିକ ସତ୍ୟନାରାୟଣ ସାମଲ(ପିଣ୍ଟୁ) ମାଲିକ ଅଟନ୍ତି । ଦଶମ ଶ୍ରେଣୀ ନାବାଳିକା ଦଳିତ ଛାତ୍ରୀକୁ ଅପହରଣ କରିନେଇ ଗୋକନେଶ୍ୱର ଜାତୀୟ ରାଜପଥରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ଆଉ ଏକ ଦ୍ୱିତୀୟ ରଙ୍ଗମହଲ ଧର୍ମଶାଳା ରେ ଦେଖିବାକୁ ମିଳିଲା
|
January 23, 2020 |