ନୂଆଦିଲ୍ଲୀ, ୨୩/୦୩ (ସନ୍ଧାନ ନିୟୁଜ): ଲଣ୍ଡନରୁ ଫେରି ଆଇସୋଲେସନରେ ରହିଲେ ଅନିଲ କପୁରଙ୍କ ଝିଅ ସୋନମ । ସୋନମ ଏନେଇ କହିଛନ୍ତି ଯେ, ଯେତେବେଳେ ସେ ଏୟାରପୋର୍ଟରେ ପହଞ୍ଚିଲେ ତାଙ୍କୁ ବହୁଥର ଚେକିଙ୍ଗ କରାଯାଇଥିଲା । ଏୟାପୋର୍ଟରୁ ସେ ସିଧା ଘରକୁ ଯାଇଥିଲେ ଏବଂ ସୋନମ ପରିବାର ସହ କିଛି ସମୟ ରହିବା ପରେ ନିଜକୁ ଆଇସୋଲେସନ୍ରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ସୋନମଙ୍କ କହିବାନୁଯାୟୀ ମୋର ଏହି ନିଷ୍ପତ୍ତିରେ ଅନ୍ୟ ଲୋକମାନଙ୍କୁ ଆଶ୍ୱସ୍ତ ମିଳିଛି । କୋରୋନାର ପ୍ରଭାବ ବଲିଉଡ୍ରେ ପଡିବା ଦେଖିବାକୁ ମିଳିଛି । କିଛି ଫିଲ୍ମ ପ୍ରଡ୍ୟୁସର ନିଜ ଫିଲ୍ମ ରିଲିଜ୍ର ଡେଟ୍କୁ ଘୁଞ୍ଚାଇ ଦେଇଛନ୍ତି । ଏଫଡବ୍ଲୁଆଇସିଇ ମଧ୍ୟ 31 ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ଟିଭି ଶୋର ସୁଟିଂ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ଆଇସୋଲେସନରେ ରହିଲେ ଅନିଲ କପୁରଙ୍କ ଝିଅ ସୋନମ
|
March 23, 2020 |



