ଅସୁରକ୍ଷିତ ପରିବେଶ ସୃଷ୍ଟି ଅଭିଯୋଗ; କଣ୍ଟି ନୋଡାଲ ହାଇସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

Spread the love

ଭଣ୍ଡାରିପୋଖରୀ,୧୧ା୨(ସନ୍ଧାନ ନିଉଜ): ଭଣ୍ଡାରିପୋଖରୀ ବ୍ଲକର କଣ୍ଟି ନୋଡାଲ ଉଚ୍ଚବିଦ୍ୟାଳୟରେ ଅଭିଭାବକମାନେ ଶିକ୍ଷକଙ୍କ ଦ୍ୱାରା ଅସୁରକ୍ଷିତ ପରିବେଶ ସୃଷ୍ଟି କରାଯାଉଥିବା ଅଭିଯୋଗ କରି ସୋମବାର ତାଲା ପକାଇ ଦେଇଥିବା ଜଣାଯାଇଛି । ବିଦ୍ୟାଳୟରେ ଶିକ୍ଷା ବଦଳରେ ଅଶିକ୍ଷା ଦିଆଯାଉଛି ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ମଧ୍ୟାନ୍ନ ସମୟରେ ତାଲା ଝୁଲାଇଦେଇଥିଲେ । ଗତ ସପ୍ତାହରେ ଜନୈକ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରୁ ଅପହରଣ କରାଯିବା ଘଟଣାରେ ଶିକ୍ଷକଙ୍କ ଭୂମିକା ରହିଥିବା ନେଇ ଗ୍ରାମବାସୀମାନେ ସନ୍ଦେହରେ ରହିଥିଲେ । ସୋମବାର ଅନ୍ୟ ଏକ ଛାତ୍ରୀକୁ ଜଣେ ଛାତ୍ର ଲେଖିଥିବା ସନ୍ଦିଗ୍ଧ ପ୍ରେମପତ୍ର ଅଭିଭାବକଙ୍କ ହସ୍ତଗତ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତଜନା ପ୍ରକାଶ ପାଇଥିଲା । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ନୁହନ୍ତି ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଦେଇଥିଲେ । ଏହା ଦ୍ୱାରା ଶିକ୍ଷକମାନଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା । ପ୍ରଧାନଶିକ୍ଷକଙ୍କ ଠାରୁ ସୂଚନା ପାଇ ବ୍ଲକ ଶିକ୍ଷାଧିକାରୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସ୍କୁଲକୁ ଯାଇ ବୁଝାସୁଝା କରିବା ପରେ ତୁରନ୍ତ ବିଦ୍ୟାଳୟ ପରିଚାଳନା ସମିତି ଡକାଯାଇ ଘଟଣାର ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା । ଗ୍ରାମବାସୀ ନୁହେଁ ବରଂ ସବୁଦିନ ଭଳି ଆଜି ମଧ୍ୟ ବିଦ୍ୟାଳୟ ପକ୍ଷରୁ ତାଲା ପକାଇ ଯାଇଥିଲା । ଗ୍ରାମବାସୀଙ୍କ ଆରୋପ ଭିତ୍ତିହୀନ ବୋଲି ସଂପୃକ୍ତ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ମୁର୍ମୁ ଦର୍ଶାଇବା ସହ ଏ ସମ୍ପର୍କରେ ପରିଚାଳନା ସମିତିରେ ଆଲୋଚନା ହେବ ବୋଲି କହିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାନ କରୁଥିବା ବେଳେ ଏଭଳି ଘଟଣା ଘଟିଛି ।

Related Posts

About The Author

Add Comment