ଅସହ୍ୟ ତାତିରେ ଜନ ଜୀବନ ଅସ୍ତବ୍ୟସ୍ଥ

Spread the love

ଧର୍ମଶାଳା ୧୪/୫ (ସନ୍ଧାନ ନିୟୁଜ) ବାତ୍ୟା ପଣିର ପ୍ରବାବରୁ ଲୋକମାନଙ୍କୁ ତ୍ରାହି ମଳିନଥିବା ବେଳେ ଏବେ ଗ୍ରୀଷ୍ମ ପ୍ରବାହ ଏ ଅଂଚଳରର ଜାରି ରହିଛି । ଫଳରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସ୍ଥାନୀୟ ଅଂଚଳରେ ଏବେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଥିବାରୁ କୂଅ ପୋଖରି ର ପାଣି ସ୍ଥର କମିଜିବା ସହ ତାତି ଗରମ ହୋଇଯାଉଛି । ଗୋରୁ ଗାଇ ମାନେ ଖରା ବେଳେ ନାଳ ପୋଖରୀରୁ ପାଣି ନପିଇ ଆଉଟୁପଉଟୁ ହୋଇ ଘର ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଦିନ ୧୦ଟା ସୁଦ୍ଧା ଦୋକାନ ବଜାର ତାଟି କବାଟ ପଡିଯାଉଛି । ଛକ ବଜାର ଶୂନଶାନ ହୋଇଯାଉଛି । ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ଘନ ଘନ ବିଜୁଳିକାଟ ଫଳରେ ଘର ଭିତରେ ରହି ନହେବାରୁ ଗଛମୂଳେ ଲୋକମାନଙ୍କୁ ଦେଖିବାକୁ ମିଳୁଛି । ମାଳ ମାଳ କ୍ରସର ଡିଜିରୁ ବାହାରୁଥିବା ଧୁଳିଧୁଆଁ ଓ ପିଚୁ ପ୍ଲାଣ୍ଟର ପ୍ରଦୁଷଣର ପ୍ରଭାବରେ ଏ ଅଂଚଳ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଗରମ ଗୁଳୁଗୁଳିରେ ଲୋକେ ଅତିଷ୍ଟ ହେଲେଣି । ତା ସାଙ୍ଗକୁ ବେଆଇନ ଭାବେ ଗଢି ଉଠିଥିବା ପୋଡାଇଟା ଭାଟିରୁ ବାହାରୁଥିବା ନିଆଁର ପ୍ରକୋପ ପରିସ୍ଥିତିକୁ ଅସହ୍ୟ କରିଦେଲାଣି । ପରିବେଶ ଉପରେ ଅନେକ ପ୍ରଭାବ ପକାଉଛି କଳିଙ୍ଗ ନଗର ଶିଳ୍ପକାରଖାନାରୁ ବାହାରୁଥିବା ଉତପ୍ତ ଧୁଆଁ । ପାଖର ଠାରୁ କବାଟ ବନ୍ଧ ପର୍ଯ୍ୟନ୍ତ ପ୍ରତେକ ଛକରେ ଖୋଲିଥିବା ଜଳଛତ୍ର କେବଳ ପ୍ରହସନରେ ପରିଣତ ହୋଇଛି । ଶସ୍ତା ଲୋକପ୍ରୟତା ସାଉଁଟିବା ପାଇଁ ଖୋଲା ଯାଇଥିବା ଜଳଛତ୍ର ଏବେ ବନ୍ଦ ପଡିଥିବାର ଦେଖାଯାଉଛି । ସମ୍ଭାବ୍ୟ ଆଂଶୁଘାତକୁ ମୁକାବିଲା କରିବାକୁ ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment