ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ସ୍ୱେଚ୍ଛାସେବୀ

Spread the love
କଟକ, ୧୮/୫/୨୦୨୧ (ସନ୍ଧାନ ନିଉଜ) – ଅଧୁନା ସମଗ୍ର ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ସେଵା ଓ ସହଯୋଗର  ଉର୍ଣ୍ଣତ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନିଶ୍ଚିନ୍ତକୋଇଲି ବ୍ଲକ ସୁଦାମବତି ମଣ୍ଡଳର ମାଣପୁ୍ର ଗ୍ରାମପଞ୍ଚାୟତ, କଟକ ସଦର ବ୍ଲକର ପ୍ରହରାଜପୁର ଗ୍ରାମପଞ୍ଚାୟତ ଓ ବୋଧପୁର ପଂଚାୟତର ନାନପୁର ଅଞ୍ଚଳରେ କିଛି ଅସହାୟ ପରିବାରକୁ ସହଯୋଗ ରାଶି ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ସେଵାକାର୍ଯ୍ୟରେ ପରିଷଦର ଲଷ୍ମୀକାନ୍ତ ତ୍ରିପାଠୀ, ସଂଜୟ ବେହେରା, ସଂଜୀତ ଦାସ,ସୁଦୀପ୍ତ ତ୍ରିପାଠୀ,ପ୍ରଦୀପ ବେହେରା,ବିମଳ କୁମାର ପଣ୍ଡା, ସ୍ୱରୂପ ସୁମନ ଦାସ, ସରୋଜ କୁମାର ବାରିକ ପ୍ରମୁଖ ସ୍ୱେଚ୍ଛାସେବୀ ଉପସ୍ଥିତଥିଲେ ।

Related Posts

About The Author

Add Comment