ଖୋର୍ଦ୍ଧା , ୨/୨(ସନ୍ଧାନ ନିୟୁଜ/ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମ ରେ ଅଷ୍ଟମ ବାର୍ଷିକ ମା କାଳିକା ଭାଗବତ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି ।ମା କାଳିକା ଭାଗବତ ପ୍ରତିଯୋଗିତାର ଭାଗବତ ପ୍ରେମୀଙ୍କୁ ନେଇ ଭାଗବତ ଶୀର୍ଷକ କୁଇଜ ପ୍ରତିଯୋଗିତା କୁ କେଦାରନାଥ ପାଟ୍ଟଯୋଶୀ ପରିଚାଳନା କରିଥିଲେ ।ବିଜେପି ନେତା ଯତୀନ ମହାନ୍ତି ରୁଦ୍ର ନାରାୟଣ ବାହିନୀପତି ଓ ଶିକ୍ଷାବିତ୍ ସୁବଳ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ ।ପ୍ରଥମ ସନ୍ଧ୍ୟା ରେ ବାଙ୍କୀ ବ୍ଳକ ର ଖଏରପଗାଂ ସହ ଖଣ୍ଡପଡା ବ୍ଳକ ର ଫତେଗଡ ଭାଗବତ ମଣ୍ଡଳୀ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।ଏଥିରେ ଜଗନ୍ନାଥ ଦାଶଙ୍କ ଲିଖିତ ଓଡିଆ ଭାଗବତ ରେ ଥିବା ଭାବ ୱାନ ସାରତତ୍ତ୍ୱ କୁ ଖଞ୍ଜଣି ଭଜନ ରୂପେ ପରିବେଶିତ କରାଯାଇଛି ।ସୁକାନ୍ତ ନନ୍ଦ ଓ ସଚ୍ଚି ପଟ୍ଟନାୟକ ବିଚାରପତି ଯୋଗଦେଇଥିଲେ ।ପ୍ରତିଯୋଗିତାରେ ୪ ଟି ଭାଗବତ ମଣ୍ଡଳୀ ଅଂଶଗ୍ରହଣ କରି ଥିଲେ ।ଗ୍ରାମାଞ୍ଚଳର ସାଂସ୍କୃତିକ ଜୀବନରେ ଭାଗବତ ବାଣୀର ପ୍ରସାର ପ୍ରଚାର ଓ ଖଞ୍ଜଣି ଭଜନର ମହତ୍ୱ ସହ ଭାଗବତ ଟୁଙ୍ଗି ର ପୁନରୁଦ୍ଧାର ପାଇଁ ଏହି ନିଆରା ଭାଗବତ ପ୍ରତିଯୋଗିତା ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କମିଟି ର ସଭାପତି ଫକୀର ଚରଣ ସ୍ୱାଇଁ କହିଛନ୍ତି ।ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭାଗବତପ୍ରେମୀ ଯୋଗ ଦେଇଥିଲେ।ସୁରେଶ ପ୍ରଧାନ ମାଧବ ବେହେରା ବିଷ୍ଣୁ ପ୍ରସାଦ କର ମାଗିପୃଷ୍ଟି ଓ ଦଧିବାମନ ପୁଜକ ବିଜୟ ପାଟ୍ଟଯୋଶୀ ସହ ଅସରଳା ଗ୍ରାମବାସୀ ସହଯୋଗ କରିଥିଲେ ।ଆସନ୍ତା କାଲି ବୋଲଗଡ ବ୍ଳକ ଖଉରୁଣୀ ସହ ଭାପୁର ବ୍ଲକ ର ଧଳାବନ୍ଧ ଭାଗବତ ମଣ୍ଡଳୀ ସହ ପ୍ରତିଯୋଗିତା ଅନୁଷ୍ଠିତ ହେବ
for more update log on www.sandhannews.com